ଉତ୍ତରପ୍ରଦେଶ: ଆଜି ସକାଳେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏକ ଟ୍ରାକ୍ଟର ଧକ୍କା ଦେଇଥିଲା ଜଣାପଡିଛି । ନୋଏଡାରେ ପନିପରିବା ବିକ୍ରେତା ଭାବରେ କାର୍ଯ୍ୟ କରୁଥିବା ପୀଡିତାମାନେ ତିନି ଚକିଆ ଲୋଡର୍ ଟେମ୍ପୋରେ ଦୀପାବଳି ପାଳନ କରିବାକୁ ଘରକୁ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର-ଟେମ୍ପୁ ଧକ୍କା ଦେଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି ।