ବ୍ୟୁରୋ : ପାରମ୍ପାରିକ ବାଣରେ ଆର୍ସେନିକ , ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ । ଗ୍ରୀନ କାକର ଅପେକ୍ଷାକୃତ ସ୍ୱଚ୍ଛ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ । ଗ୍ରୀନ କାକରରେ କ୍ଷତିକାରକ କେମିକାଲ ମିଶି ନଥାଏ । ଗ୍ରୀନ କାକରରେ ଆଲୁମିନିୟମ, ଲିଡ ଓ କାର୍ବନ ଥାଏ । ଏହି ବାଣ ଫୁଟାଇବା ବେଳେ କମ ଅଙ୍ଗାରକାମ୍ଳ ବାହାରିଥାଏ । ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦର ସହେଯାଗରେ ବିକଶିତ ହେବା ଆବଶ୍ୟକ । ଗ୍ରୀନ କ୍ରାକର ପ୍ୟାକେଟରେ ସିଏସଆଇଆର ସାର୍ଟିଫାଏଡ ଗ୍ରୀନ ଲୋଗୋ ଥିବ । କ୍ୟୁଆର କୋଡ ମଧ ପ୍ୟାକେଟରେ ରହିଥାଏ । କ୍ୟୁଆର କୋଡ ସ୍କାନ କରିବା ଦ୍ୱାରା ନିର୍ଗମନ ସ୍ତର ଜଣାପଡେ । ଅନ୍ୟାନ୍ୟ ସୁରକ୍ଷା ଦିଗ ବିଷୟରେ ସୂଚନା ମିଳିଥାଏ । ଫଳରେ ସହଜରେ ଚିହ୍ନଟ କରିପାରିବେ ଗ୍ରାହକ । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାମାନେ ସବୁଜ ବାମ ବିକ୍ରି କରନ୍ତି । ଯାହା ପିଇଏସଓ ଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ । ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦର ସହେଯାଗରେ ବିକଶିତ ହେବା ଆବଶ୍ୟକ ।