23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଜନଗଣନା ପାଇଁ ଆସିଲେ ପଚରା ଯିବ ଏହି ୩୦ଟି ପ୍ରଶ୍ନ

ଜନଗଣନା ପାଇଁ ଆସିଲେ ପଚରା ଯିବ ଏହି ୩୦ଟି ପ୍ରଶ୍ନ

ନୂଆଦିଲ୍ଲୀ : ଜନଗଣନାର ପୁରା ପ୍ରସ୍ତୁତିରେ ଅଛନ୍ତି ଭାରତ ସରକାର। ଆସନ୍ତା ବର୍ଷରୁ ଜନଗଣନା ଆରମ୍ଭ ହେବାର ଅଛି ଓ ଏହି ପକ୍ରିୟା ଏକ ବର୍ଷକରେ ପୂରଣ ହେବ। ୨୦୨୬ରେ ଏହି ଜନଗଣନା ସଂଖ୍ୟାକୁ ସାର୍ବଜନୀକ କରାଯିବ। ଜନଗଣନା ୨୦୨୧ରୁ ଆରମ୍ଭ ହେବାର ଥିଲ,କିନ୍ତୁ କରୋନା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତା ପରେ ଲୋକସଭା ନିର୍ବାଚନ ଆସିଯିବାରୁ ତାହା ପୁଣିଥରେ ଅଳ୍ପ ବିଳମ୍ବ ହୋଇଯାଇଥିଲା। ଏବେ ଏହା ଉପରେ ସରକାର ଆଗକୁ ବଢିବାର ଚେଷ୍ଟା କରିଛନ୍ତି। ଏହି ଜନଗଣନା ଖୁବ୍ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ଆଧାରରେ ଲୋକସଭା ଓ ବିଧାନସଭା ଆସନର ପରିସୀମନ ହେବ। ଗତ ୫୦ ବର୍ଷ ହେବ ଲୋକସଭା ଆସନର ପରିସୀମନ ରୋକି ହୋଇ ରହିଛି। ୨୦୨୯ ରେ ଆସନ ବଢିବ ଓ ମହିଳା ସଂରକ୍ଷଣ ମଧ୍ୟ ଲାଗୁ ହେବ।

ବର୍ତ୍ତମାନ ଜାତିଗତ ଜନ ଗଣନାକୁ ନେଇ ସ୍ପଷ୍ଟ ହୋଇନି, କିନ୍ତୁ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସର୍ଭେରେ ଲୋକଙ୍କୁ ତାଙ୍କର ସମ୍ପ୍ରଦାୟ ବିଷୟରେପଚରା ଯିବ। କୁହାଯାଉଛି ଯେ, ଏହା ପଛରେ ଏକ ବଡ ପ୍ରସ୍ତୁତି ଚାଲିଛି ଯେ, ସମ୍ପ୍ରଦାୟ ଆଧାରରେ ଦେଶର ଲୋକଙ୍କ ସଂଖ୍ୟାକୁ ଜଣାଯାଏ। ଏଥିରେ ସବୁ ପ୍ରକାର ଯୋଜନା ତିଆରି କରିବାରେ ସାହାଯ୍ୟ ମିଳିବ ଓ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ଲାଭ ହେବ। ଏହି କାରଣରୁ ସମ୍ପ୍ରଦାୟ ମଧ୍ୟ ଏଥର ପଚରାଯିବ। କବୀରପନ୍ଥୀ, ରବିଦାସୀ, ଦଳିତ, ବୌଦ୍ଧ ସମେତ ଦେଶର ଅଲଗା ଅଲଗା ରାଜ୍ୟରେ ବହୁ ସମ୍ପ୍ରଦାୟ ରହିଛି। ଏଭଳି ସମ୍ପ୍ରଦାୟ ମଧ୍ୟ ରାଜନୀତିର ବଡ ଆଧାର ହୋଇପାର। ଏହା ଅନୁସାରେ, ମୋଟ ୩୦ ପ୍ରଶ୍ନ ଜନଗଣନାରେ ପଚରା ଯିବ। ଏହା ପୂର୍ବରୁ ୨୦୧୧ ରେ ୨୯ ପ୍ରଶ୍ନ ପଚରା ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking