16.1 C
Bhubaneswar
Tuesday, January 20, 2026
Homeଓଡିଶାବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଦିନ ୧ଟା ସୁଦ୍ଧା ରାସ୍ତା ସଫା କର

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଦିନ ୧ଟା ସୁଦ୍ଧା ରାସ୍ତା ସଫା କର

ଭୁବନେଶ୍ଵର : ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ଦାନା ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରି ସାରିଛି। ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଯାଇ କ୍ଷୟକ୍ଷତି ଆକଳନ କରୁଛନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଳ ହୋଇଛି। ପ୍ରଶାସନିକ ତତ୍ପରତା ଏବଂ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବାତ୍ୟାର ସଫଳ ମୁକାବିଲା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିଛି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଏବଂ ବିଜୁଳି ବ୍ୟାଘାତ ସୃଷ୍ଟି ହୋଇଛି। ଦିନ ୧ଟା ସୁଦ୍ଧା ରାସ୍ତା ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ଵାଭାବିକ କରିବାକୁ କୁହାଯାଇଛି। ବାତ୍ୟାରେ କେହି ମୃତାହତ ହୋଇନାହାନ୍ତି। ୯ଟା ପରଠାରୁ ବିମାନସେବା ସ୍ଵାଭାବିକ ହୋଇଛି। ବାତ୍ୟାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ପ୍ରଶଂସା କରିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking