24.1 C
Bhubaneswar
Thursday, October 24, 2024
Homeଓଡିଶାଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଚାନକ କଟକ ଗସ୍ତ

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଚାନକ କଟକ ଗସ୍ତ

– ବିଭିନ୍ନ ଗୋଦାମରେ ଚଢ଼ାଉ, ୫ ଜଣଙ୍କୁ ନୋଟିସ ଯାରି

ଭୁବନେଶ୍ୱର/କଟକ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ନକରି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସହଯୋଗ କରିବାକୁ ଗୋଦାମ ମାଲିକ ଓ ବ୍ୟବସାୟୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପରମର୍ଶ ଦେଇଛନ୍ତି ।

ଏଥିସହ ଗୋଦାମ ଓ ଦୋକାନରେ ସାମଗ୍ରୀର ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାର ଖିଲାପ କରିଥିବା ୫ଟି ଗୋଦାମକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ନୋଟିସ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ସହ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଅଧିକାରୀ ମାନେ ଅନେକ ସ୍ଥାନରେ ଚଢ଼ାଉ ଯାରି ରଖିଛନ୍ତି । ମନ୍ତ୍ରୀଙ୍କ ଆଜିର ଗସ୍ତ ସମୟରେ ଯୋଗାଣ ଅଧିକାରୀ ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking