24.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ବୈବାହିକ ଦୁଷ୍କର୍ମ ମାମଲା ଶୁଣାଣି ସ୍ଥଗିତ

ସୁପ୍ରିମକୋର୍ଟରେ ବୈବାହିକ ଦୁଷ୍କର୍ମ ମାମଲା ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ଅପରାଧୀକରଣ କରିବା ଲାଗି ଆଗତ ପିଟିସନଗୁଡ଼ିକର ଶୁଣାଣିକୁ ସୁପ୍ରିମକୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି । ବୁଧବାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଦଲିଲ ରଖିବା ସହ କହିଥିଲେ ଯେ, ଏହି ମାମଲା ବହୁତ ବଡ଼ । ଏହା ଉପରେ ଯୁକ୍ତି ରଖିବା ପାଇଁ ପୂରା ଦିନ ଆବଶ୍ୟକ । ଏହା ଉପରେ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ମାମଲାରେ ଦଲିଲଗୁଡ଼ିକ ଏତେ ଶୀଘ୍ର ଶେଷ ହୋଇପାରିବ ବୋଲି ଲାଗୁନାହିଁ । ଏହାକୁ ପୁନଃ ତାଲିକାଭୁକ୍ତ କରୁଛୁ । କିନ୍ତୁ ସମସ୍ତ ପକ୍ଷଙ୍କୁ ଦଲିଲ ଦେବାକୁ ପଡ଼ିବ । ମାମଲାର ଶୁଣାଣି ୪ ସପ୍ତାହ ପରେ ନୂଆ କରି ଆଉ ଏକ ଖଣ୍ଡପୀଠ କରିବେ ।

ସିଜେଆଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଅକ୍ଟୋବର ୧୭ରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ସଲିସିଟର ଜେନେରାଲ ମେହତା, ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ (ମହାରାଷ୍ଟ୍ର) ଏବଂ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ (ପ୍ରତିବାଦୀ-ସ୍ତ୍ରୀଙ୍କ ପକ୍ଷ) କହିଥିଲେ ଯେ, ସେମାନେ ନିଜ ନିଜ ଦଲିଲ ପୂରା କରିବା ପାଇଁ ଗୋଟିଏ ଗୋଟିଏ ଦିନ ଆବଶ୍ୟକ କରୁଛନ୍ତି ।

ସିଜେଆଇ କହିଥିଲେ, ଯଦି ଏହି ସପ୍ତାହରେ ଯୁକ୍ତି ଶୁଣାଣି ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ତେବେ ନଭେମ୍ବର ୧୦ରେ ତାଙ୍କ ଅବସର ପୂର୍ବରୁ ମାମଲାର ଫଇସଲା କରିବା କଷ୍ଟକର ହୋଇପଡ଼ିବ । ଆସନ୍ତା ସପ୍ତାହରେ ଦୀପାବଳି ଛୁଟି କାରଣରୁ ଅଦାଲତ ବନ୍ଦ ରହିବ । ଏହି କାରଣରୁ ମାମଲାକୁ ଆଉ ଏକ ଖଣ୍ଡପୀଠକୁ ପଠାଯାଉଛି । ଗତ ୧୭ ତାରିଖରେ ହୋଇଥିବା ଶୁଣାଣିବେଳେ ସିଜେଆଇ କହିଥିଲେ, ଯଦି ସ୍ତ୍ରୀ ୧୮ ବର୍ଷରୁ କମ୍ ବୟସର ହୋଇଥିବେ ତେବେ ଏହାକୁ ଦୁଷ୍କର୍ମ କୁହାଯିବ । ୧୮ ବର୍ଷରୁ ଅଧିକ ବୟସର ବିବାହିତ ମହିଳାଙ୍କ ସହ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking