20.1 C
Bhubaneswar
Saturday, December 6, 2025
Homeଓଡିଶାବାତ୍ୟା ଦାନା ପାଇଁ ଭଦ୍ରକରେ ପହଞ୍ଚିଲା ୨ଟି ଏନଡିଆରଏଫ୍ ଟିମ୍

ବାତ୍ୟା ଦାନା ପାଇଁ ଭଦ୍ରକରେ ପହଞ୍ଚିଲା ୨ଟି ଏନଡିଆରଏଫ୍ ଟିମ୍

ଭଦ୍ରକ : ବାତ୍ୟା ଦାନା ପାଇଁ ଭଦ୍ରକ ଜିଲ୍ଲାରେ ପହଞ୍ଚିଛି ଦୁଇଟି ଏନଡିଆରଏଫ୍ ଟିମ । ପ୍ରତ୍ୟେକ ଟିମରେ ରହିଛନ୍ତି ୩୪ଜଣ ଯବାନ । ଗୋଟିଏ ଏନଡିଆରଏଫ୍ ଟିମକୁ ଧାମରା ନିକଟରେ ଓ ଅନ୍ୟ ଗୋଟିଏ ଏନଡିଆରଏଫ୍ ଟିମକୁ ଧାମନଗରରେ ରଖାଯିବ । ଅନ୍ୟ ଟିମ୍ ଆସି ଜିଲ୍ଲାରେ ପହଞ୍ଚିବା ପରେ କେଉଁଠାରେ ମୁତୟନ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ । ୩୪ଜଣିଆ ଟିମକୁ ବାତ୍ୟା ସ୍ଥିତି ଦେଖି ଭାଗ ଭାଗ କରାଯିବ। ଟିମ୍ ଗୁଡ଼ିକ ବାତ୍ୟା ସହ ବନ୍ୟା ଭଳି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ସକ୍ଷମ । ଗଛ କାଟିବା ପାଇଁ କଟର, ରାତି ସମୟରେ ଉଦ୍ଧାର ପାଇଁ ଲାଇଟ, ଉଭୟ ସିମେଣ୍ଟ, ଲୁହା, ଆଲୁମିନିୟମ ଇଲେକ୍ଟ୍ରି ପୋଲକୁ କାଟିବା ପାଇଁ ଲେଜର କଟର ମେସିନ ଭଳି ଅତ୍ୟାଧୁନିକ ମେସିନ ଉପଲବ୍ଧ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking