27.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଏହି ସହରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପଥଚାରୀଙ୍କୁ ଜରିମାନା

ଏହି ସହରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପଥଚାରୀଙ୍କୁ ଜରିମାନା

ନୂଆଦିଲ୍ଲୀ:ଦୁବାଇ ଏଭଳି ଏକ ସହର ଯାହା ନିଜର ଚାକଚକ୍ୟ, ବିଳାସପୂର୍ଣ୍ଣ ଜୀବନଶୈଳୀ, ସୁଉଚ୍ଚ ଅଟ୍ଟାଳିକା ଓ ଅମାପ ଧନସମ୍ପତ୍ତି ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ପାଇଛି । କିନ୍ତୁ ଏସବୁ ସତ୍ତ୍ୱେ କଠୋର ଆଇନ ପାଇଁ ମଧ୍ୟ ଏ ସହର ବେଶ ଜଣାଶୁଣା । ବେଳେବେଳେ ସହରର କଠୋର ଆଇନ ବିଷୟରେ ଶୁଣି ଅନ୍ୟ ଦେଶ ବି ଚକିତ ହୁଅନ୍ତି । ସଦ୍ୟ ମାମଲା ଦୁବାଇର କଠୋର ଟ୍ରାଫିକ୍ ନିୟମକୁ ନେଇ । ଲୋକେ ସାଧାରଣତଃ ତ୍ରୁଟିପୂର୍ଣ୍ଣ ଗାଡ଼ି ଚାଳନା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯୋଗୁ ଜରିମାନାର ସମ୍ମୁଖୀନ ହୋଇଥାନ୍ତି । ଦୁବାଇରେ କିନ୍ତୁ ପଥଚାରୀଙ୍କ ଉପରେ ମଧ୍ୟ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନର ଚାପ ଥାଏ । ବିପଦପୂର୍ଣ୍ଣ ରୂପେ ସଡ଼କ ଅତିକ୍ରମ ଓ ଟ୍ରାଫିକ୍ ସିଗ୍ନାଲକୁ ଅଣଦେଖା କରିବା ମାମଲାରେ ଦୁବାଇ ଥାନା ୩୭ ଜଣଙ୍କ ବିରୋଧରେ ଜରିମାନା ଲାଗୁ କରିଛି । ସେମାନଙ୍କ ଉପରେ ୪୦୦ ୟୁଏଇ ଧିରାମ ଜରିମାନା ଲାଗୁ ହୋଇଛି ।

ଚଳିତ ବର୍ଷ ଆରମ୍ଭରୁ ଅଦ୍ୟାବଧି, ଦୁବାଇ ଟ୍ରାଫିକ୍ ନିୟମ ଅନ୍ତର୍ଗତ ଅନୁମତି ନ ଥିବା ସ୍ଥାନରୁ ରାସ୍ତା ଅତିକ୍ରମ କରିବା କିମ୍ବା ଟ୍ରାଫିକ୍ ସିଗ୍ନାଲ ନିୟମ ଭାଙ୍ଗିବା ଯୋଗୁ ୪୦୦ ୟୁଏଇ ଧିରାମ ଜରିମାନା ଲାଗୁ ହେଉଛି । ଦୁବାଇର ଜୟୱାକିଙ୍ଗ୍ ନିୟମ ଅତ୍ୟନ୍ତ କଠୋର । ଏହାର ଅର୍ଥ ଅନୁମତି ବିନା ନିର୍ଦ୍ଦିଷ୍ଟ ସ୍ଥାନରୁ ରାସ୍ତା ପାର୍ ହେବା । ଯେତେବେଳେ ବ୍ୟକ୍ତି ଟ୍ରାଫିକ୍ ସିଗ୍ନାଲ ବା ଜେବ୍ରା କ୍ରସିଂକୁ ଅଣଦେଖା କରି ଅନୁମତି ନ ଥିବା ରାସ୍ତା ମଝିରୁ କିମ୍ବା ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ରାସ୍ତା ପାର କରନ୍ତି, ଏହାକୁ ଜୟୱାକିଙ୍ଗ୍ କୁହାଯାଏ । ଦୁବାଇ ପୁଲିସ ବାରମ୍ବାର ଚେତାବନୀ ଦିଏ ଯେ ଜୟୱାକିଙ୍ଗ୍‌ର ଘାତକ ପରିଣାମ ହୋଇପାରେ । ଗତ ବର୍ଷ ଜୟୱାକିଙ୍ଗ୍ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୩୯ ଜଣ ଆହତ ହୋଇଥିଲେ । ୨୦୨୩ ମସିହାରେ ୪୪ ହଜାରରୁ ଅଧିକ ଲୋକଙ୍କ ଉପରେ ଜୟୱାକିଙ୍ଗ୍ ଯୋଗୁ ଜରିମାନା ଲାଗୁ ହୋଇଥିଲା । ଦୁବାଇ ପୁଲିସ ନିୟମିତ ସ୍ପଷ୍ଟ କରେ ଯେ ରାସ୍ତା ପାର ହେବା ସମୟରେ ଯାତାୟାତ ନିୟମର ପାଳନ ଜରୁରି । ରାସ୍ତା ପାରି ହେବାର ସଠିକ୍ ନିୟମ ପାଳନ ଲାଗି ଲୋକଙ୍କୁ ଅପିଲ ମଧ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking