27.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଓକିଲାତି ଏବଂ ସାମ୍ବାଦିକତା ଏକାଠି କରିପାରିବେ ନାହିଁ : ସୁପ୍ରିମକୋର୍ଟ

ଓକିଲାତି ଏବଂ ସାମ୍ବାଦିକତା ଏକାଠି କରିପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି । ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି । ମହମ୍ମଦ କାମରାନ୍ ବନାମ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ମାମଲାର ଶୁଣାଣି କରି ଓକିଲ ବୃତ୍ତିରେ ଥାଇ ସାମ୍ବାଦିକତା କରୁଥିବା ଆଇନଜୀବୀଙ୍କୁ ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ୍ ଜର୍ଜ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କଠୋର ଭାଷାରେ ତାଗିଦ୍ କରିଛନ୍ତି ।

ଏହି ମାମଲାରେ ଆବେଦନକାରୀ ନିଜକୁ ଓକିଲ ଓ ସାମ୍ବାଦିକ ବୋଲି ଦର୍ଶାଇଥିଲେ । ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି, ସେ ଓକିଲ ହେବେ ନଚେତ୍ ସାମ୍ବାଦିକ । ଆମେ ଏଭଳି ଦୁଇଟି ଭୂମିକାକୁ ଗ୍ରହଣ କରିବୁ ନାହିଁ । ଓକିଲାତି ଏକ ସମ୍ମାନଜନକ ବୃତ୍ତି । ସେ କଦାପି ନିଜକୁ ଜଣେ ମୁକ୍ତବୃତ୍ତି ସାମ୍ବାଦିକ ବୋଲି କହିପାରିବେ ନାହିଁ। ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରି ବିଚାରପତି ଓକା କହିଛନ୍ତି, ମୁଁ ତୁମର ବୃତ୍ତିଗତ ଅସଦାଚରଣକୁ ଜାଣିପାରୁନାହିଁ । ତୁମେ ନିଜକୁ ଆଇନଜୀବୀ କହୁଛ ଓ ସାମ୍ବାଦିକ ମଧ୍ୟ । ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ନିୟମକୁ ଦେଖ । ଏଭଳି ଦୁଇଟି ବୃତ୍ତିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking