ମଧ୍ୟପ୍ରଦେଶ : ମନ୍ଦିରରେ ଲାଉଡ ସ୍ପିକର ଉପରେ ଜଣେ ଆଇଏଏସ ଅଧିକାରୀ ଦେଇଥିବା ବୟାନକୁ ନେଇ ବିବାଦ ଉପୁଜିଛି । ଏନେଇ ସଂସ୍କୃତି ବଚାଓ ମଞ୍ଚ ମାର୍ଟିନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଚେତାବନୀ ଦେଇଛି । ଏଥିସହ ମାର୍ଟିନଙ୍କ ସୋଶାଲ ମିଡିଆ ପୋଷ୍ଟକୁନେଇ ଭିନ୍ନ ଭିନ୍ନ ମତ ଆସୁଛି । ମଧ୍ୟ ପ୍ରଦେଶର ଜଣେ ବରିଷ୍ଠ ଆଇଏସ ଅଫିସର ଶୈଳବାଳା ମାର୍ଟିନ କହିଥିଲେ ମନ୍ଦିରରେ ଲାଉଡ ସ୍ପିକର ପାଇଁ ଶବ୍ଦ ପ୍ରଦୂଷଣ ହେଉଛି । ଧାର୍ମିକ ଦୃଷ୍ଟିକୋଣରୁ ଶବ୍ଦ ପ୍ରଦୂଷଣକୁନେଇ ସମସ୍ତେ ନିରପେକ୍ଷ ଭାବରେ ଚିନ୍ତା କରିବା ଉଚିତ । ଗତ ସପ୍ତାହରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ତାଳେ ତାଳେ ନାଚି ବାରୁ ଜଣେ ୧୩ ବର୍ଷ ନାବାଳକର ମୃତ୍ୟୁ ହେବା ମଧ୍ୟରେ ଏପରି ମନ୍ତବ୍ୟ ଦେଇଛନ୍ତି ଆଇଏଏସ ଅଧିକାରୀ ମାର୍ଟିନ ।