32.1 C
Bhubaneswar
Sunday, March 29, 2026
Homeଓଡିଶାବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ: ମନ୍ତ୍ରୀ

ବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ: ମନ୍ତ୍ରୀ

କଟକ: ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଶକ୍ତି ମନ୍ତ୍ରୀ କେ ଭି ସିଂହଦେଓ କହିଛନ୍ତି ଯେ ସମ୍ଭାବ୍ୟ କ୍ଷୟକ୍ଷତି ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ରହିଛି । ପ୍ରବଳ ପବନ ଯୋଗୁଁ ବିଦୁ୍ୟତ ଭିତ୍ତିଭୂମି ପ୍ରଭାବିତ ହେବାର ସମ୍ଭାବନା ରହିଛି । ତୁରନ୍ତ ଯେପରି ସ୍ଥିତି ପୁନର୍ବାହାଲ ହେବ ସେନେଇ ବିଭାଗ ପୂରା ପ୍ରସ୍ତୁତ ରହିଛି । ଅବରୋଧ ହଟାଇ ପୁଣି ଯେପରି ବିଜୁଳି ଯୋଗାଇ ହେବ ସେନେଇ ସମସ୍ତଙ୍କୁ ପ୍ରସ୍ତୁତ ରଖାଯାଇଛି ।

ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେ ତ୍ରସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟାଟି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ନାଁ ‘ଦାନା’ ରଖାଯାଇଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଆସନ୍ତା ୨୩ ତାରିଖ ଏବଂ ୨୪ ତାରିଖ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହିତ ବାତ୍ୟାର ଗତିପଥ କିପରି ରହିବ ତାହା ମଧ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ତେବେ ଲଘୁଚାପ ଅବପାତର ରୂପ ନେବା ପରେ ଲ୍ୟାଣ୍ଡଫଲର ପ୍ରକୃତ ସ୍ଥାନ ଜଣାପଡ଼ିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking