26.1 C
Bhubaneswar
Sunday, October 20, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରି ପୋଖରୀରେ ଫୋପାଡ଼ିଦେଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ଫୋପାଡ଼ିଦେଲା ସ୍ୱାମୀ

ରାଇଘର : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟା କରିବା ପରେ ପୋଖରୀରେ ଭିଙ୍ଗି ଦେଲା। କୁନ୍ଦେଇ ଥାନା ଅଧୀନରେ ଥିବା ଖିଲୋଲି ଗ୍ରାମରେ ଏହି ଘଟଣା ଘଟିଛି। ପୋଲିସ ମୃତଦେହ ଉଦ୍ଧାର କରିବା ସହ ସ୍ବାମୀକୁ ଗିରଫ କରିଛି । ମୃତ ମହିଳା ଜଣକ ହେଲେ ରଜନ ବାଇ ଗଣ୍ଡ । କୁନ୍ଦେଇ ପଞ୍ଚାୟତର ଖିଲୋଲି ଗ୍ରାମର ମହାଂଗୁ ଗଣ୍ଡ ସବୁବେଳେ ତାଙ୍କ ସ୍ତ୍ରୀ ଉପରେ ସନ୍ଦେହ କରିଆସୁଥିଲା । ୧୬ ତାରିଖ ଦିନ ସନ୍ଦେହ ଚରମ ସୀମାରେ ପହଞ୍ଚିଥିଲା । ଉଭୟେ ସ୍ୱାମୀ ମହାଂଗୁ ଏବଂ ସ୍ତ୍ରୀ ରଜନ ବାଇ ଗଣ୍ଡ ଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଶେଷରେ ମହାଂଗୁ ସ୍ତ୍ରୀ ରଜନ ବାଇଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେବ କହି ସାଥୀରେ ନେଇ ଯାଇଥିଲା।

ବାପ ଘରକୁ ଯିବା ସମୟରେ ସୀମରଡ଼ିହି ଓ ଖିଲୋଲି ରାସ୍ତା ମଝିରେ ନିଛାଟିଆ ଜଙ୍ଗଲ ରାସ୍ତାରେ ରଜନ ବାଇର ତଣ୍ଟି ଚିପି ମାରିଦେଇଥିଲା ମହାଂଗୁ । ଏହି ଘଟଣାକୁ ଲୁଚାଇବାକୁ ଯୋଜନା ପ୍ରସ୍ତୁତ କରି ଘରକୁ ଆସି ସାଇକଲ ନେଇ ଥିଲା । ସେହି ସାଇକେଲରେ ରଜନ ମରଶରୀରକୁ ଲଦି ଏକ ଟ୍ୟୁବ ରେ ବାନ୍ଧି କିଛି ଦୂରରେ ଥିବା ସୀମରଡ଼ିହି ପୋଖରୀରେ ପଥର ବାନ୍ଧି ଫୋପାଡ଼ି ଦେଇଥିଲା । ୧୮ ତାରିଖ ଦିନ ସେହି ଗ୍ରାମର କିଛି ଗାଈ ଚାରାଳୀ ପୋଖରୀ ନିକଟରେ ଗାଈ ଚରାଇବା ସମୟରେ ଦେଖିବାକୁ ପାଇଥିଲେ ପୋଖରୀରେ ଏକ ମୃତଦେହ ଭାସୁଛି । ଏହି କଥା ସୀମରଡ଼ିହି ଗ୍ରାମରେ ଯାଇ ଜଣାଇଥିଲେ । ଗ୍ରାମବାସୀ ମୃତଦେହ ଚିହ୍ନଟ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking