26.1 C
Bhubaneswar
Sunday, October 20, 2024
Homeଓଡିଶାଉପକୂଳରୁ ଠାବ ହେଲା ସନ୍ଦିଗ୍ଧ ପାରା

ଉପକୂଳରୁ ଠାବ ହେଲା ସନ୍ଦିଗ୍ଧ ପାରା

କେନ୍ଦ୍ରାପଡା: ମଝି ସମୁଦ୍ରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା । ଗୋଡରେ ଲାଗିଛି ଟ୍ୟାଗ୍‌ ଓ ଡେଣାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ମହାକାଳପଡାରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଏହି ପାରାକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । କେନ୍ଦ୍ରାପଡା ଉପକୂଳରେ ଗୁପ୍ତଚରଗିରି କରିବା ଉଦ୍ଦେଶ୍ୟରେ ଏହି ପାରାକୁ ବ୍ୟବହାର କରାଯାଉଥିବା ପ୍ରାଥମିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଘଟଣାକୁ ଗମ୍ଭୀରତାର ସହ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ଗ୍ରାମର ରତନ ଦାସ ପ୍ରତ୍ୟେକ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇଥାନ୍ତି । ତେବେ ଶୁକ୍ରବାର ଦିନ ପ୍ରତିଦିନ ଭଳି ରତନ ମାଛ ଧରିବାକୁ ମଝି ସମୁଦ୍ରକୁ ଯାଇଥିବା ବେଳେ ଏକ ପାରା ଉଡି ଉଡି ଆସି ତାଙ୍କ ମାଛଧରା ବୋଟରେ ବସିଥିଲା । ପରେ ରତନ ପାରାଟି ଥକ୍କି ପଡିଥିବା ଭାବି ଧରିନେଇ ତାକୁ ପାଣି ଏବଂ କିଛି ଖାଇବାକୁ ଦେଇଥିଲେ ।

ତେବେ ଏହି ସମୟରେ ସେ ପାରାଟିର ଗୋଟିଏ ଗୋଡରେ ଏକ ହଳଦିଆ ରଙ୍ଗର ଟ୍ୟାଗ ଲାଗିଥିବା ଦେଖିବାକୁ ପାଇଥିଲେ । ଏହି ଟ୍ୟାଗରେ ‘CHN-୧୯-୨୦୨୪’ ମସିହା ଲେଖା ଥିବା ସହିତ ‘୯୮୮୮୨୨’ ନାମକ ଏକ ନମ୍ବର ମଧ୍ୟ ରହିଥିବା ଦେଖିବାକୁ ପାଇଥିଲେ । ପାରାଟିର ଅନ୍ୟ ଏକ ଗୋଡରେ କଳା ରଙ୍ଗର ଏକ ଟ୍ୟାଗ୍‌ ମଧ୍ୟ ଲାଗିଥିବା ସହ ଡେଣାରେ ଅନ୍ୟ ଦେଶର ଭାଷାରେ କିଛି ଲେଖା ରହିଥିବା ରତନ ଦେଖିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking