24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମହାରାଷ୍ଟ୍ର ନିର୍ବାଚନ, ୯୯ ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା

ମହାରାଷ୍ଟ୍ର ନିର୍ବାଚନ, ୯୯ ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା

ମୁମ୍ବଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଦେଇଛି । ଏଥିରେ ୯୯ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ନାଗପୁର ସାଉଥ ଓ୍ବେଷ୍ଟରୁ, ରାଜ୍ୟ ବିଜେପି ପ୍ରମୁଖ ଚନ୍ଦ୍ରଶେଖର ବାଓ୍ବନକୁଲେ କାମଠୀରୁ, ମନ୍ତ୍ରୀ ଗିରିଶ ମହାଜନ ଜାମନେର, ମନ୍ତ୍ରୀ ସୁଧୀର ମନଗଣ୍ଟିଓ୍ବାର ବଲ୍ଲାରପୁର, ଶ୍ରୀଜୟା ଅଶୋକ ଚୌହ୍ବାନ ଭୋକର, ଆଶିଷ ଶେଲାର ଓ୍ବାନ୍ଦ୍ରେ ଓ୍ବେଷ୍ଟ, ମଙ୍ଗଳ ପ୍ରଭାତ ଲୋଢା ମାଲାବାର ହିଲରୁ ନିର୍ବାଚନ ଲଢିବେ ।

 କୋଲାବାରୁ ରାହୁଲ ନାର୍ଭେକର, ସତାରାରୁ ଛତ୍ରପତି ଶିବେନ୍ଦ୍ର ରାଜେ ଭୋସଲେଙ୍କ ନାଁ ସାମିଲ । ତାଲିକାକୁ ନେଇ ବିଜେପି ତରଫରୁ ଜାରି ପ୍ରେସ ନୋଟରେ ଲେଖାଯାଇଛି କି ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ୧୬.୧୦.୨୦୨୪ରେ ସମ୍ପନ୍ନ ହୋଇଛି । ବୈଠକରେ ପିଏମ୍ ମୋଦୀ, ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ନିର୍ବାଚନ ସମିତିର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking