26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୂର୍ବ ଲେବାନନରେ ଇସ୍ରାଏଲ ଆକ୍ରମଣରେ ମେୟରଙ୍କ ସମେତ ୪ ମୃତ

ପୂର୍ବ ଲେବାନନରେ ଇସ୍ରାଏଲ ଆକ୍ରମଣରେ ମେୟରଙ୍କ ସମେତ ୪ ମୃତ

ଲେବନାନ : ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ହେଜବୁଲ୍ଲା। ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା ଆଜି ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ପଶ୍ଚିମ ବେକାର ବାଲୁଲ ସହରରେ ଥିବା ଏକ ଆବାସିକ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଇସ୍ରାଏଲର ବିମାନ ଆକ୍ରମଣରେ ସାହମାର ମେୟର ହାଇଦର ଶାହଲାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଆହୁରି ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଭଗ୍ନାବଶେଷ ତଳେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଦକ୍ଷିଣ ବେରୁତ ବାସିନ୍ଦାଙ୍କ ପାଇଁ ଇସ୍ରାଏଲ ସେନା ସ୍ଥାନ ଛାଡି ଅନ୍ୟତ୍ର ପଳାଇଯିବାକୁ ଚେତାବନୀ ଜାରି କରିଥିବା ଜଣାପଡିଛି। ଲେବନାନ ରାଜଧାନୀର ସେହି ଅଞ୍ଚଳ ଉପରେ ଆକ୍ରମଣ ପରେ ଚେତାବନୀ ଦିଆଯାଇଛି। ଇସ୍ରାଏଲ ସେନା କହିଛି ଯେ, ଆଜି ହେଜବୁଲ୍ଲା ଉତ୍ତର ଇସ୍ରାଏଲରେ ଘନ ଘନ ରକେଟ ମାଡ଼ କରିଥିଲା। ଏଥିସହ ୧୧୫ରୁ ଅଧିକ ଗୁଳିମାଡ଼ ମଧ୍ୟ କରିଛି। କିଛି ସମୟ ପାଇଁ ସମଗ୍ର ଅଞ୍ଚଳରେ ଗୋଳାବାରୁଦ ଶବ୍ଦ ଶୁଭିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ, ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା ହେଜବୁଲ୍ଲା। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ଘରେ ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking