24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଅନ୍ଧବିଶ୍ୱାସର କରୁଣ ପରିଣତି: ବାବାଙ୍କ ଫଟୋ ସାମ୍ନାରେ ୭ ଦିନ ଅଖିଆଅପିଆ ଜପ କଲେ ପରିବାର...

ଅନ୍ଧବିଶ୍ୱାସର କରୁଣ ପରିଣତି: ବାବାଙ୍କ ଫଟୋ ସାମ୍ନାରେ ୭ ଦିନ ଅଖିଆଅପିଆ ଜପ କଲେ ପରିବାର ଲୋକେ

ରାୟପୁର: ଛତିଶଗଡ ଶକ୍ତି ନଗରରେ ଅନ୍ଧବିଶ୍ୱାସ ଯୋଗୁଁ ଉଜୁଡିଗଲା ସମ୍ପୂର୍ଣ୍ଣ ପରିବାର । ଅନ୍ଧବିଶ୍ୱାସ ଯୋଗୁଁ ପରିବାରର ସମସ୍ତ ଲୋକଙ୍କ ଜୀବନ ବିନା ଖିଆ ପିଆରେ ଶୋଚନୀୟ ହୋଇପଡିଛି । ପଡୋଶୀ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ବେଳକୁ ସମସ୍ତଙ୍କ ଅବସ୍ଥା ବିଗିଡିଯାଇଥିଲା । ପୋଲିସ ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ଛତିଶଗଡ ଶକ୍ତି ଜିଲ୍ଲାର ତାନ୍ଦୁଲଡିହ ଗାଁର ଏକ ପରିବାର ସମସ୍ତ ଲୋକ ବାବା ଜୟ ଗୁରୁଦେବଙ୍କ ଆଶ୍ରିତ ଥିଲେ । ଏମାନେ ଅନ୍ଧ ହୋଇ ବାବାଙ୍କୁ ଭକ୍ତି କରୁଥିଲେ ।

ତେଣୁ ଘରର ସମସ୍ତ ଲୋକ ବାବାଙ୍କ ଜପ କରିବାକୁ ନିଷ୍ପତ୍ତି ନେଲେ । ଲଗାତାର ୬/୭ ଦିନ ପର୍ଯ୍ୟନ୍ତ ସମସ୍ତେ ବିନା ଖିଆ ପିଆରେ ଜପ କରିଛନ୍ତି । ଜପ କରିବା ମଧ୍ୟରେ ଜଣେ ଜଣେ କରି ସମସ୍ତଙ୍କ ଅବସ୍ଥା ବିଗିଡିଥିଲା । ହେଲେ କେହି ଜପ କରିବା ବନ୍ଦ କରିନଥିଲେ । ସମ୍ପୂର୍ଣ୍ଣପରିବାରର ସଦସ୍ୟ ଅନେକ ଦିନରୁ ଘରୁ ବାହାରିନଥିଲେ । ଘର ଲୋକଙ୍କୁ ଗାଁ ଲୋକେ ଗୋଟେ ସପ୍ତାହ ନ ଦେଖିନଥିଲେ ।

ଦିନେ ସକାଳେ ଘର ଭିତରୁ ଜୟ ଗୁରୁଦେବ ଜୟକାର ଶବ୍ଦ ଶୁଣାଯାଇଥିଲା । ଏହାପରେ ପୋଲିସକୁ ସୂଚନା ଦେଇଥିଲେ ପଡୋଶୀ । ଗାଁ ଲୋକଙ୍କ ଅଭିଯୋଗ ପରେ ପୋଲିସକର୍ମୀ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲିବା ପରେ ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା । ପୋଲିସ ପହଞ୍ଚିବା ବେଳକୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ବେହୋସ ହୋଇଯାଇଥିଲେ । ଅନ୍ୟ ଦୁଇ ଜଣଙ୍କ ମାନସିକ ସନ୍ତୁଳନ ବିଗିଡିଯାଇଥିଲା । ପୋଲିସ ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ମୃତ୍ୟୁବରଣ କରିଥିବା ଦୁଇ ଭାଇଙ୍କ ମୃତ୍ୟୁ ପରେ ଘରେ ଦୁଃଖର ମାହୋଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking