23.1 C
Bhubaneswar
Saturday, October 19, 2024
Homeଓଡିଶାରୋଗୀସେବା ବଦଳରେ ଦାଦାଗିରି ଦେଖାଇ ମୋବାଇଲ ଭାଙ୍ଗିଲେ ନର୍ସ ଦିଦି

ରୋଗୀସେବା ବଦଳରେ ଦାଦାଗିରି ଦେଖାଇ ମୋବାଇଲ ଭାଙ୍ଗିଲେ ନର୍ସ ଦିଦି

ମାଲକାନଗିରି: ରୋଗୀ ସେବା ବଦଳରେ ମୋବାଇଲ କଚାଡି ଭାଙ୍ଗିଲେ ନର୍ସ ଦିଦି । ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ । ଆଜି ସକାଳେ ମାଲକାନଗିରି ମୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁ ବାଘକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିଲେ । ଅଞ୍ଜୁ ପେଟ ବଥାରେ ଛଟ ପଟ ହେଉଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାଡରେ ଭର୍ତ୍ତି ହେବା ଲାଗି ରେଫର କରିଥିଲେ । ହେଲେ ରୋଗୀଙ୍କୁ ନେଇ ସେଠାରେ ପହଞ୍ଚିଲା ବେଳକୁ କୌଣସି ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ନଥିଲେ । ନିକଟରେ ଥିବା ଅନ୍ୟ ଏକ ରୁମରେ ମୁନମୁନ ବିଶ୍ବାସ ନାମକ ଜଣେ ନର୍ସ ଉପସ୍ଥିତ ରହିଥିବା ବେଳେ ରୋଗୀଙ୍କ ସଂପର୍କୀୟ ତାଙ୍କୁ ଡାକିଥିଲେ । ହେଲେ ଦିଦି ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସଂପର୍କୀୟଙ୍କ ମୋବାଇଲ କଚାଡି ଭାଙ୍ଗି ଦେଇଛନ୍ତି । କେବଳ ଏତିକି ନୁହେଁ ଘଟଣା ପରେ ନିଜ ସ୍ବାମୀଙ୍କୁ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂପର୍କୀୟଙ୍କୁ ଧକ୍କା ମରାଇଛନ୍ତି ନର୍ସ ଦିଦି । ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କ ପାଖରେ ଅଭିଯୋଗ ହେବା ପରେ ସେ କହିଛନ୍ତି ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking