32.1 C
Bhubaneswar
Saturday, October 19, 2024
Homeଓଡିଶାମୁହଁ ଖୋଲିଲେ ପଦ୍ମନାଭ, ହାରିବାର କାରଣ କହିଲେ..

ମୁହଁ ଖୋଲିଲେ ପଦ୍ମନାଭ, ହାରିବାର କାରଣ କହିଲେ..

ଭୁବନେଶ୍ୱର: ବିଜୁ ଜନତା ଦଳରେ ବିସ୍ଫୋରକ ସ୍ଥିତି । ଭେଟେରାନ ନେତାମାନେ ସଭାମଞ୍ଚ ହେଉ ଅବା ଗଣମାଧ୍ୟମରେ ନିଜ ଅସନ୍ତୋଷକୁ ଝାଡ଼ୁଛନ୍ତି । ୪ ମାସ ପରେ ଦଳୀୟ ନେତାଙ୍କ ଏଭଳି ବୟାନବାଜିରୁ ଲାଗୁଛି ଦଳରେ ସବୁ ଠିକଠାକ୍‌ ନାହିଁ । ଏହାରି ଭିତରେ ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲିଛନ୍ତି । ନିର୍ବାଚନରେ ୪ଟି କାରଣ ପାଇଁ ହାରିଲୁ ବୋଲି ଶ୍ରୀ ବେହେରା କହିଛନ୍ତି । ପ୍ରାର୍ଥୀ, ଦଳର ସଭାପତି, ପାଣ୍ଠି ଓ କର୍ମକର୍ତ୍ତା ପାଇ ଦଳ ହାରିଲା ବୋଲି ସେ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ଆମ ଇସ୍ତାହାର ଠାରୁ ବିଜେପିର ଇସ୍ତାହାର ଲୋକଙ୍କୁ ଅଧିକ ଆକର୍ଷିତ କଲା । ସୁଭଦ୍ରା, ଏମଏସପି ୩୧୦୦ ଟଙ୍କା, ମାଗଣା ବିଜୁଳି ଭଳି ବିଜେପି ବଡ଼ କଥା କହିଥିଲା । ଆମ ଇସ୍ତାହାରର ପ୍ରସ୍ତାବ କିଛି ଗ୍ରହଣ ହେଲା ଓ କିଛି ହେଲାନାହିଁ । ନବୀନବାବୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାଆନ୍ତା ବୋଲି ଶ୍ରୀ ବେହେରା କହିଛନ୍ତି । ଅନ୍ୟପକ୍ଷରେ ପ୍ରସନ୍ନ ପାଟ୍ଟଶାଣୀ ଓ ଅମର ପ୍ରସାଦ ଶତପଥୀ ସେମାନେ ନିଜ ନିଜ ବକ୍ତିଗତ ମତ ଦେଇଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking