26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକାଉଡିଆଙ୍କ ଉପରେ ଚଢ଼ିଗଲା କାର୍‌; ୬ ମୃତ

କାଉଡିଆଙ୍କ ଉପରେ ଚଢ଼ିଗଲା କାର୍‌; ୬ ମୃତ

ପାଟନା : ବିହାର ବାଙ୍କା ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମହାଦେବ ମନ୍ଦିରକୁ ପାଣି ନେଇ ଯାଉଥିବା କାଉଡିଆଙ୍କ ଉପରେ ଚଢ଼ିଗଲା କାର୍‌ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କାଉଡିଆ ଗଙ୍ଗା ନଦୀରୁ ପାଣି ଉଠାଇ ସୁଲତାନଗଞ୍ଜରୁ ଜେଷ୍ଠଗୋରନାଥ ମହାଦେବ ମନ୍ଦିରକୁ ଯାଉଥିଲେ। ରାତିରେ ସେମାନେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ କିଛି କାଉଡ଼ିଆଙ୍କ ଉପରେ ଚଢ଼ି ଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking