28.1 C
Bhubaneswar
Friday, October 18, 2024
Homeଓଡିଶାବାତ୍ୟା ରୂପ ନେଲେ ନାମ ରଖାଯିବ 'ଦାନା'

ବାତ୍ୟା ରୂପ ନେଲେ ନାମ ରଖାଯିବ ‘ଦାନା’

ଭୁବନେଶ୍ୱର :  ଓଡ଼ିଶା ଭିତରେ ହିଁ ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି । ବାତ୍ୟା ଦୁର୍ବଳ ପରେ ବି ସପ୍ତାହ ଯାଏ ଓଡ଼ିଶା ଉପରେ ଲଘୁଚାପ ରହିବ । ଜିଏଫ୍‌ଏସ୍‌ ମଡେଲ ଏଭଳି ଆକଳନ କରିଛି । ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୫୦କିମି ଡେଇଁପାରେ । ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ ପାରାଦୀପରୁ ବାଲେଶ୍ୱର ମଝିରେ । ଗ୍ଲୋବାଲ୍‌ ଫେରକାଷ୍ଟିଂ ମଡେଲ (ଜିଏଫ୍‌ଏସ୍‌) ଏମିତି ପୂର୍ବାନୁମାନ ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ। ଖାଲି ଜିଏଫ୍‌ଏସ୍‌ ମଡେଲ ନୁହେଁ, ଏନ୍‌ସିଇପି ମଡେଲର ଆକଳନ ମଧ୍ୟ ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ୩୦ରୁ ୪୦% ରହିଛି ବୋଲି ଆଇଏମ୍‌ଡି ଇଆର୍‌ଏଫ୍‌ ମଡେଲ ପୂର୍ବାନୁମାନ କରିଛି । ଇସି ଏଆଇଏଫ୍‌ଏସ୍‌ ମଡେଲ କହିଛି କାଟାଗୋରୀ-୧ ବାତ୍ୟା ହେବ । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ସପ୍ତାହରେ ବାତ୍ୟା ନେଇ ଏବେଯାଏ କୌଣସି ଆକଳନ କରାଯାଇନି । ଏହି ସମୟରେ ଲଘୁଚାପ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ।ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଯାଇପାରେ । ଏହା ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ । ୨୩ ଓ ୨୪ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ସେ କହିଛନ୍ତି । ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ(ଜିଏଫଏସ୍‌) ମଡେଲର ସଦ୍ୟ ଆକଳନ ଅନୁସାରେ, ୨୪ ତାରିଖରେ ପାରାଦୀପରୁ ବାଲେଶ୍ୱର ମଝିରେ ଓଡ଼ିଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା ମାଡ଼ ହୋଇପାରେ । ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟା କେନ୍ଦ୍ରସ୍ଥଳର ଚାପ ୯୪୪ ମିଲିବାର୍‌ ରହିବ । ଅତି ଭୀଷଣ ବାତ୍ୟା(ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ) ରୂପ ନେଇପାରେ । ୨୫ ତାରିଖରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ । ପରେ ଏହା ଦୁର୍ବଳ ହୋଇଯିବ ସତ, କିନ୍ତୁ ଲଘୁଚାପ ସକ୍ରିୟ ରହିବ । ଅକ୍ଟୋବର ମାସ ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍‌ ଆକଳନ କରିଛି । ଏଭଳି ହେଲେ ୨୩ ତାରିଖରୁ ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking