19.1 C
Bhubaneswar
Wednesday, February 11, 2026
Homeଓଡିଶାଆଜିଠୁ ମୁମ୍ବାଇରେ ନିବେଶକ ସମ୍ମିଳନୀ; ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଆଜିଠୁ ମୁମ୍ବାଇରେ ନିବେଶକ ସମ୍ମିଳନୀ; ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଓ ଆସନ୍ତାକାଲି ମୁମ୍ବାଇରେ ଓଡ଼ିଶା ସରକାର ପକ୍ଷରୁ ଆୟୋଜନ କରାଯାଇଛି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ’। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେଉଁଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ ହେବାକୁ ଥିବା ‘ଇଣ୍ଡିଆ କେମ୍’ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ଏଥିରେ ପାରାଦୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବା ସମ୍ଭାବନା ରହିଛି। ୧୯ ତାରିଖ ଅର୍ଥାତ୍ ଆସନ୍ତାକାଲି ୩ଶହରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking