28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବାଂଲାଦେଶରୁ ଭାରତ ଆସିଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତା : ସୁପ୍ରିମକୋର୍ଟ

ବାଂଲାଦେଶରୁ ଭାରତ ଆସିଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା ୬ଇକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଆସାମ ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ୧୯୮୫ ମସିହାରେ ଏକ ସଂଶୋଧନ ମାଧ୍ୟମରେ ନାଗରିକତା ଆଇନର ଧାରା ୬ଏର ସାମ୍ବିଧାନିକ ବୈଧତାକୁ ବଜାୟ ରଖିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ମନୋଜ ମିଶ୍ର ବହୁମତରେ ରାୟ ଶୁଣାଇଥିବା ବେଳେ ଜଷ୍ଟିସ ଜେବି ପରଦୀୱାଲା ଅସନ୍ତୋଷ ପ୍ରକାଶ କରିଥିଲେ ।

୧୯୬୬ ଜାନୁଆରୀ ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ବାଂଲାଦେଶରୁ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ନାଗରିକତା ସୁବିଧା ପ୍ରଦାନ କରିବା ପାଇଁ ୧୯୮୫ମସିହାରେ ଆସାମ ଚୁକ୍ତିରେ ଧାରା ୬ଏ କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନାଗରିକତା ଆଇନର ଧାରା ୬ଏ ସାମ୍ବିଧାନିକ ଭାବେ ସଠିକ୍ ବୋଲି ୪:୧ରେ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଜଷ୍ଟିସ ପରଦୀୱାଲା ଆଇନରେ ସଂଶୋଧନକୁ ଭୁଲ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଅଧିକାଂଶ ଲୋକ ଏହି ସଂଶୋଧନକୁ ଠିକ୍ ବୋଲି କହିଛନ୍ତି । ଅର୍ଥାତ୍ ୧ ଜାନୁଆରୀ ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୧ ପର୍ଯ୍ୟନ୍ତ ବାଂଲାଦେଶରୁ ଆସାମକୁ ଆସିଥିବା ଲୋକଙ୍କ ନାଗରିକତ୍ୱ ପ୍ରତି ବିପଦ ରହିବ ନାହିଁ ।

ପରିସଂଖ୍ୟାନ ଅନୁଯାୟୀ ଆସାମରେ ୪୦ ଲକ୍ଷ ବେଆଇନ ପ୍ରବାସୀ ଥିବା ବେଳେ ପଶ୍ଚିମବଙ୍ଗରେ ସେମାନଙ୍କ ସଂଖ୍ୟା ୫୭ ଲକ୍ଷ । ଏହା ସତ୍ତ୍ୱେ ଆସାମର କମ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅଲଗା କଟ୍ ଅଫ୍ ତାରିଖ ଜରୁରି ଥିଲା । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ୨୫ ମାର୍ଚ୍ଚ ୧୯୭୧ର କଟ୍ ଅଫ୍ ତାରିଖ ଠିକ୍ । ୧୯୮୫ର ଆସାମ ଚୁକ୍ତି ଏବଂ ନାଗରିକତା ଆଇନର ଧାରା ୬ଏକୁ ସୁପ୍ରିମ୍ କୋର୍ଟ ୪:୧ ସଂଖ୍ୟାଗରିଷ୍ଠତା ସହ ବେ?ଧ ବୋଲି ଦର୍ଶାଇଛନ୍ତି । ଏହା ଅଧୀନରେ ୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ) ରୁ ଆସାମକୁ ଆସିଥିବା ଲୋକମାନେ ନାଗରିକ ହୋଇ ରହିବେ । ଏହାପରେ ଯେଉଁମାନେ ଆସିବେ ସେମାନଙ୍କୁ ବେଆଇନ ନାଗରିକ ଭାବେ ବିବେଚନା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking