32.1 C
Bhubaneswar
Wednesday, October 16, 2024
Homeଓଡିଶାଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ -୨ର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ -୨ର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫୁଲନଖରା ସ୍ଥିତ ଦ୍ୱିତୀୟ
ମେଡିକାଲ କଲେଜ – ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ୍ ୨)- ର ପ୍ରଥମ ବ୍ୟାଚ୍ ୧୫୦
ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କୁ ନେଇ ସୋମବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବିଶ୍ୱବିଦ୍ୟାଳୟର ଏହି ନୂତନ
ଶିକ୍ଷାନୁଷ୍ଠାନକୁ ଆସି ପହଂଚିଥିବାବେଳେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ
ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଡାକ୍ତରୀ ବୃତିରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍‌। କେବଳ ରୋଗୀମାନଙ୍କର ଚିକିତ୍ସା ବା
ସେମାନଙ୍କୁ ସୁସ୍ଥ କରିବା ନୁହେଁ ବରଂ ଯେଉଁମାନେ ପୀଡାରେ ଅଛନ୍ତି ସେମାନଙ୍କ ନିମନ୍ତେ ଆଶାର ଉତ୍ସ ହେବା ପାଇଁ ନିଜକୁ
ପ୍ରସ୍ତୁତ କରିବାକୁ ଛାତ୍ରଛାତ୍ରୀମାନଙ୍କ୍‌ୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏକ ବାର୍ତା ମାଧ୍ୟମରେ ପ୍ରଫେସର ( ଡକ୍ଟର) ନାୟକ ଏହି
ଉପଦେଶ ଦେଇଥିଲେ।
ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଉପଯୁକ୍ତ ଶିକ୍ଷା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା
ସୁଯୋଗର ବ୍ୟବସ୍ଥା କରାଯିବ। ୭୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଥିବା ଫୁଲନଖରା କ୍ୟାମ୍ପସ୍‌ରେ ନ୍ୟାସ୍‌ନାଲ ମେଡିକାଲ୍
କମିସନ୍‌ର ଗାଇଡ୍‌ଲାଇନ୍ ରୁ ଉର୍ଦ୍ଧ୍ୱ କୁ ଯାଇ ଆବଶ୍ୟକତା ଠାରୁ ଅଧିକ ୩୦ ପ୍ରତିଶତ ଫ୍ୟାକଲ୍ଟି ଏଠାରେ ଶିକ୍ଷା ପ୍ରଦାନ କରିବା
ପାଇଁ ନିୟୋଜିତ ଅଛନ୍ତି।
ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋମବାର ସକାଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ
କଳିଙ୍ଗନଗର ଠାରେ ଏହାର ୧୮ତମ ବ୍ୟାଚ୍ ର ୨୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌- ୨ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,
ଉପ -କୁଳପତି ପ୍ରଫେସର (ଡାକ୍ତର) ପ୍ରସନଜିତ୍ ମହାନ୍ତି, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍ -୧ ର ପୂର୍ବତନ ଡିନ୍
ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ
ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି
ରଂଜନ ଦାସ ବକ୍ତବ୍ୟ ରଖିଥିଲେ।
ନିଜ ବକ୍ତବ୍ୟରେ ପ୍ରଫେସର ନନ୍ଦ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏଭଳି ଏକ ଶିକ୍ଷାନୁଷ୍ଠାନକୁ ଶିକ୍ଷାଗ୍ରହଣ କରିବା ପାଇଁ
ଚୟନ କରିଛନ୍ତି ଯାହା କି ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାକ୍ (ଏନ୍‌ଆଇଆର୍‌ଏଫ୍‌) ଅନୁଯାୟୀ ୨୦୨୪ରେ
ଦେଶର ୧୪ତମ ଶ୍ରେଷ୍ଠ ବିଶବିଦ୍ୟାଳୟ ଭାବେ ସ୍ଥାନୀତ । ସେହିପରି ଏହି ବିଶ୍ୱବିଦ୍ୟାଳୟ ସାମଗ୍ରିକ କ୍ୟାଟେଗୋରୀ ରେ ଦେଶର
୨୪ତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ଏନ୍‌ଆଇଆର୍‌ଏଫ୍ ଦ୍ୱାରା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌- ୧
ଦେଶର ୨୧ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ମନୋନୀତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ।
ଗବେଷଣାକୁ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟରେ ୨୦ଟି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ରହିଛି ବୋଲି ପ୍ରଫେସର
ନନ୍ଦ କହିଥିଲେ।
ପ୍ରଫେସର (ଡାକ୍ତର) ସାହୁ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରି ଭଲ ଡାକ୍ତର ହେବା ପାଇଁ ପ୍ରଥମେ ଭଲ
ମଣିଷ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥି ନିମନ୍ତେ ସେମାନଙ୍କଠାରେ ଭଲ ଆଚରଣ, ବ୍ୟବହାର, ନୈତିକତା
ଓ ଶୃଙ୍ଖଳା ଆବଶ୍ୟକ ବୋଲି ସେ କହିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୧ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ
କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର
(ଡାକ୍ତର) ସଂଘମିତ୍ରା ମିଶ୍ର, ଭାରପ୍ରାପ୍ତ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ସରୋଜ କୁମାର ଶତପଥୀ ଓ
ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking