17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶକେମିତି ଅପରାଧି ହେଲା ଲରେନ୍ସ ?

କେମିତି ଅପରାଧି ହେଲା ଲରେନ୍ସ ?

ନୁଆଦିଲ୍ଲୀ: ଭେଟେରାନ ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଲରେନ୍ସ ବିଷ୍ଣୋଇର ନାମ । ଲରେନ୍ସ ଜଣେ ପୋଲିସ୍ କନଷ୍ଟେବଳଙ୍କ ପୁଅ, ଯିଏ ବର୍ତ୍ତମାନ ଜଣେ କୁଖ୍ୟାତ ଅପରାଧୀ। ଜେଲରେ ଥିବା ଲରେନ୍ସର ଗ୍ୟାଙ୍ଗ ଗୋଟିଏ ପରେ ଗୋଟିଏ ବଡ଼ ଘଟଣା ଘଟାଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଲରେନ୍ସ ବିଷ୍ଣୋଇର ଲଭ୍ ଷ୍ଟୋରୀ ବିଷୟରେ… ୨୦୦୮ ମସିହାରେ ଆରମ୍ଭ ହୋଇଥିଲା ଲରେନ୍ସ ବିଷ୍ଣୋଇର ଲଭ୍ ଷ୍ଟୋରୀ । ସେହି ସମୟରେ ସେ ଦଶମ ଶ୍ରେଣୀରେ ପଢୁଥିଲା। ନିଜ ଶ୍ରେଣୀରେ ପଢୁଥିବା ଝିଅ କାଜଲଙ୍କୁ ସେ ବେଶ୍ ପସନ୍ଦ କରୁଥିଲା। କାଜଲ ମଧ୍ୟ ଲରେନ୍ସଙ୍କୁ ପସନ୍ଦ କରୁଥିଲେ। ଦୁହେଁ ପରସ୍ପର ସହିତ ବନ୍ଧୁତା କଲେ ଏବଂ ପରେ ଏହି  ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା।

ଲରେନ୍ସର ପ୍ରାଥମିକ ଶିକ୍ଷା ପଞ୍ଜାବର ଅବୋହରର ଏକ କନଭେଣ୍ଟ ସ୍କୁଲରେ ହୋଇଥିଲା। ତା’ପରେ ସେ ତାର ପ୍ରେମିକାଙ୍କ ସହ ଚଣ୍ଡିଗଡ଼ର କଲେଜକୁ ପଢିବାକୁ ଯାଇଥିଲା। ଉଭୟ କଲେଜ ପରେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଏଥି ମଧ୍ୟରେ ଏପରି କିଛି ଘଟିଲା, ଯାହା ତାଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା। ଲରେନ୍ସ କଲେଜରେ ସାଙ୍ଗମାନଙ୍କ ସହ ଏକ ଗ୍ୟାଙ୍ଗ ଗଠନ କରିଥିଲା। ତା’ପରେ ସେ କଲେଜରେ ଛାତ୍ର ସଂଗଠନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ନିର୍ବାଚନରେ ବିରୋଧି ଦଳଠାରୁ ଲରେନ୍ସ ହାରିଗଲା। ଏହା ପରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଦାବି ହୋଇଥିଲା ଯେ ବିରୋଧି ଦଳ ଲରେନ୍ସର ଗର୍ଲଫ୍ରେଣ୍ଡକୁ ଜୀବନ୍ତ ଜାଳି ଦେଇଥିଲା।

ତେବେ ଏହା କେବଳ ଏକ ଦୁର୍ଘଟଣା ବୋଲି କୁହାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ, ଲରେନ୍ସ ପଞ୍ଜାବ ବିଶ୍ୱବିଦ୍ୟାଳୟର ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ ନାମକ ଏକ ଗ୍ୟାଙ୍ଗକୁ ସଂପୂର୍ଣ୍ଣ ସକ୍ରିୟ କରିଥିଲା।  ପିଲାଦିନର ପ୍ରେମକୁ ହରାଇବା ପରେ ସେ କ୍ରୋଧିରେ ଜଳୁଥିଲା। ସେ ଏକ ରିଭଲଭର କିଣି ସେ ସମସ୍ତଙ୍କୁ ଗୁଳି କରି ହତ୍ୟା କରିଥିଲା ଯେଉଁମାନଙ୍କ ନାଁରେ ତାର ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରିଶେଷରେ, ଏହିପରି ଭାବରେ ଲରେନ୍ସ ଅପରାଧ ଜଗତରେ ଏଣ୍ଟ୍ରି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking