26.1 C
Bhubaneswar
Monday, March 23, 2026
Homeଓଡିଶାକାହାର କେତେ କ୍ରେଜ୍‌ ୨୪ ନିର୍ବାଚନରେ ଜଣାପଡ଼ିଛି

କାହାର କେତେ କ୍ରେଜ୍‌ ୨୪ ନିର୍ବାଚନରେ ଜଣାପଡ଼ିଛି

ଭୁବନେଶ୍ୱର : କାହାର କେତେ କ୍ରେଜ୍‌ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡିଯାଇଛି। ଆଜି ଏପରି କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁର୍ଗା ପୂଜା ମଣ୍ଡପ ବୁଲାକୁ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସଙ୍କ କ୍ରେଜ୍‌ ରାଜନୀତି ପ୍ରସଙ୍ଗରେ ଏମିତି କହିଛନ୍ତି ଆଇନ୍‌ ମନ୍ତ୍ରୀ।

ଆଜି ମାଆ ଜଗତଧାତ୍ରୀଙ୍କ ଅଷ୍ଟମୀ ପୂଜା। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଆଉ ମାଆଙ୍କ ଆଶୀର୍ବାଦ ନେବା ସହିତ ପୂଜା ଆୟୋଜକଙ୍କ ସହିତ କଥା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନ ବାବୁଙ୍କ କ୍ରେଜ୍‌ କମିନି ବୋଲି ସୁଲୋଚନା ଦାସ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking