31.1 C
Bhubaneswar
Monday, April 6, 2026
Homeଓଡିଶାଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଧଣ୍ଡାତୋପା ରେଞ୍ଜ ଶିରୀଶକଟା ଜଙ୍ଗଲରେ ହାତୀର ମୃତ ଦେହ ଉଦ୍ଧାର ଘଟିଛି । ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର। ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ହାତୀର କିପରି ମୃତ୍ୟୁ ହେଲା ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ। ସୂଚନା ଅନୁସାରେ, ଆଜି ସକାଳେ କିଛି ଲୋକ ଶିରୀଶକଟା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସେହି ସମୟରେ ସେମାନେ ସେଠାରେ ଏକ ହାତୀର ମୃତଦେହ ପଡ଼ିଥିବାର ଦେଖିଥିଲେ। ତେଣୁ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀର ମୃତଦେହକୁ ଉଦ୍ଧାର କରିଥିଲେ। ଏହାସହିତ କିପରି ହାତୀର ମୃତ୍ୟୁ ଘଟିଲା ସେ ନେଇ ମଧ୍ୟ ଅଧିକ ତଦନ୍ତ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking