32.1 C
Bhubaneswar
Wednesday, October 16, 2024
Homeପ୍ରୋ କବାଡି ଲିଗ୍ - 2024କେମିତି ଦେଖିବେ ପ୍ରୋ କବାଡି ଲିଗ୍ ୨୦୨୪-୨୫ ମ୍ୟାଚ୍…

କେମିତି ଦେଖିବେ ପ୍ରୋ କବାଡି ଲିଗ୍ ୨୦୨୪-୨୫ ମ୍ୟାଚ୍…

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ପ୍ରୋ କବାଡି ଲିଗ୍ ୨୦୨୪ ଅକ୍ଟୋବର ୧୮ ରେ ହାଇଦ୍ରାବାଦର ଜିଏମସି ବାଲାୟୋଗୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ତେଲୁଗୁ ଟାଇଟାନ୍ସ ଏବଂ ବେଙ୍ଗାଲୁରୁ ବୁଲସ ମଧ୍ୟରେ ମ୍ୟାଚରୁ ଆରମ୍ଭ ହେବ । ବର୍ତ୍ତମାନ ଏହାର ଏକାଦଶ ସିଜନରେ ପ୍ରୋ କବାଡି ଲିଗ୍ (ପିକେଏଲ) ତିନି ସହର ଫର୍ମାଟକୁ ଫେରିବ । କବାଡି ମ୍ୟାଚ୍ ଅକ୍ଟୋବର ୧୮ ରୁ ନଭେମ୍ବର ୯ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଏବଂ ପରେ ନଭେମ୍ବର ୧୦ ରୁ ଦ୍ୱିତୀୟ ଲେଗ ପାଇଁ ନୋଏଡା ଇନଡୋର ଷ୍ଟାଡିୟମରେ ଖେଳାଯିବ । ପିକେଏଲ ୧୧ ର ଅନ୍ତିମ ଲିଗ ପୁଣେର ବାଲେୱାଡି ସ୍ପୋର୍ଟସ କମ୍ପ୍ଲେକ୍ସରେ ଡିସେମ୍ବର ୩ ରୁ ୨୪ ଡିସେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଦିନ ଡବଲ୍ ମ୍ୟାଚ୍ ହେବ, ପ୍ରଥମ ମ୍ୟାଚ୍ ରାତି ୮ ଟା ଏବଂ ଦ୍ୱିତୀୟ ମ୍ୟାଚ୍ ୯ ଟା ରୁ ଆରମ୍ଭ ହେବ । ତେବେ ପିକେଏଲ ସିଜନ ୧୧ ପ୍ଲେ ଅଫ୍ ପାଇଁ ତାରିଖ ଏବଂ ସ୍ଥାନ ପରେ ଘୋଷଣା କରାଯିବ । ପ୍ରୋ କବାଡି ଲିଗ୍ ର ଦଶମ ସଂସ୍କରଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କର ଟିଭି ଚ୍ୟାନେଲରେ ଲାଇଭି ପ୍ରସାରିତ ହେବ ଏବଂ ଡିସ୍ନି + ହଟଷ୍ଟାର୍ ମୋବାଇଲ୍ ଆପ୍ ରେ ରାତି ୮ ରୁ ମାଗଣାରେ ସିଧା ପ୍ରସାରଣ ହେବ । ପ୍ରଶଂସକମାନେ ନିଜ ନିଜ ସହରର ନିକଟରୁ ସେମାନଙ୍କର ପ୍ରିୟ ତାରକାମାନଙ୍କୁ ଉତ୍ସାହିତ କରିପାରିବେ । ପ୍ରୋ କବାଡି ଲିଗ୍ ସିଜନ ୧୧ ର ଉଦଘାଟନୀ ମୁକାବିଲାରେ, ତେଲୁଗୁ ଟାଇଟାନ୍ସ ଏବଂ ବେଙ୍ଗାଲୁରୁ ବୁଲସ ମଧ୍ୟରେ ମୁହାଁମୁହିଁ ହେବେ । ତେବେ ଦର୍ଶକ ଏହାକୁ ନିଜ ଘରେ ବସି ଉପଭୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking