19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମହାକାଶରୁ ଭୋଟ ଦେବେ ସୁନିତା

ମହାକାଶରୁ ଭୋଟ ଦେବେ ସୁନିତା

ନୂଆଦିଲ୍ଲୀ : ମହାକାଶରୁ ଭୋଟ ଦେବେ ସୁନିତା । ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ମାନବିକ ଅଧିକାର ସାବ୍ୟସ୍ତ କରିବେ। ଅର୍ଥାତ୍ ମହାକାଶରୁ ଦେବେ ଭୋଟ୍। ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା କହିଛି। ସୁନୀତା ୱିଲିୟମ୍ସ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନର କମାଣ୍ଡର ଭାବରେ କାର୍ୟ୍ୟ କରୁଛନ୍ତି। ପୃଥିବୀ ପୃଷ୍ଠରୁ ପ୍ରାୟ ୪୦୦ କିଲୋମିଟର ଦୂରରୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ତେବେ ମହାକାଶରେ ମହାକାଶଚାରୀଙ୍କ ପାଇଁ ଭୋଟ୍ ଦେବା ଏହା ନୂଆ ନୁହେଁ। ୧୯୯୭ ମସିହାରୁ ଏହା ଚାଲିଆସୁଛି। ୧୯୯୭ରେ ଆମେରିକାର ଟେକ୍ସାସ୍ ବିଧାନସଭା ଏନେଇ ଏକ ବିଲ୍ ପାସ୍ କରି ମହାକାଶଚାରୀଙ୍କୁ କକ୍ଷପଥରୁ ଭୋଟ୍ ଦେବାର ଅଧିକାରକୁ ଅନୁମତି ଦେଇଥିଲା। ଏହି ଭୋଟ୍ ବାଲାଟ୍ ପେପର୍ ମାଧ୍ୟମରେ ହୋଇଥାଏ। ଏହା ପୂର୍ବରୁ ଡେଭିଡ ୱଲ୍ଫ ମହାକାଶରୁ ଭୋଟ୍ ଦେଇଥିଲେ। ଏହି ପ୍ରକ୍ରିୟାରେ ସାମିଲ ହେବାରେ ସେ ହେଉଛନ୍ତି ନାସାର ପ୍ରଥମ ମହାକାଶଚାରୀ। ସେ ମିର୍ ସ୍ପେସ୍ ଷ୍ଟେସନରୁ ମତ ସାବ୍ୟସ୍ତ କରିଥିଲେ। ସେହିପରି କାଟେ ରୁବିନ୍ସ ନିକଟରେ ୨୦୨୦ ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଯଦି ସୁନୀତା ୱିଲିୟମ୍ସ ଭୋଟ୍ ଦିଅନ୍ତି, ତେବେ ଏହି ତାଲିକାରେ ସ୍ଥାନ ପାଇବେ। ଏଥିପାଇଁ ପ୍ରଥମେ ତାଙ୍କୁ ଫେଡେରାଲ୍ ପୋଷ୍ଟ କାର୍ଡ ଆବେଦନ ପୂରଣ କରିବାକୁ ପଡିବ। ଏହାପରେ ୱିଲିୟମ୍ସ ଓଝଝ କମ୍ପ୍ୟୁଟର ସିଷ୍ଟମରେ ଇଲେକ୍ଟ୍ରୋନିକ୍ ବାଲାଟ୍ ପେପର୍ ପୂରଣ କରିବେ। ଏହି ଭୋଟ୍ ପ୍ରକ୍ରିୟା ନାସାର ଅତ୍ୟାଧୁନିକ ସ୍ପେସ୍ କମ୍ୟୁନିକେସନ ଏବଂ ନାଭିଗେସନ୍ କାର୍ୟ୍ୟକ୍ରମ ମାଧ୍ୟମରେ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking