30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ । ପର୍ଯ୍ୟଟନ ଶିଳ୍ପ ଭୁଶୁଡିଯିବା ପରେ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦ୍ଵିପାକ୍ଷିକ, ଆଞ୍ଚଳିକ, ଆନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଘୋର ଆର୍ଥିକ ସଙ୍କଟରୁ ମୁକୁଳିବାକୁ ସେ ପିଏମ୍ ମୋଦୀଙ୍କ ଆଗରେ ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମୁଇଜୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ। ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking