15.1 C
Bhubaneswar
Wednesday, December 17, 2025
Homeଓଡିଶାହୀରାକୁଦର ହେବ ପୁନରୁଦ୍ଧାର

ହୀରାକୁଦର ହେବ ପୁନରୁଦ୍ଧାର

ଭୁବନେଶ୍ବର :  ହୀରାକୁଦ ଜଳଭଣ୍ଡାରର ହେବ ପୁନରୁଦ୍ଧାର । ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୮୫୫ କୋଟି । ୪ ବର୍ଷ ଭିତରେ ପୁନରୁଦ୍ଧାର କାର୍ଯ୍ୟ ସରିବ । ୧୯୫୭ରେ ହାରାକୁଦ ବନ୍ଧ ନିର୍ମାଣ ହୋଇଥିଲା । ଦେଶର ସବୁଠାରୁ ଲମ୍ବା ହୀରାକୁଦ ନଦୀବନ୍ଧ । ହୀରାକୁଦ ବନ୍ଧ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାକୁ ଆଗାମୀ ୪ବର୍ଷ ଅର୍ଥାତ ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ କାର୍ୟ୍ୟକାରୀ କରିବା ନିମନ୍ତେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ସଙ୍କଳ୍ପପତ୍ର ଜାରି ହୋଇଛି। ହୀରାକୁଦ ସେଚାଞ୍ଚଳ ଅଦ୍ୟାବଧି ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲାର ଚାଷୀଙ୍କୁ ଖରିଫ ଓ ରବି ଋତୁରେ ଜଳସେଚନ ସୁବିଧା ଯୋଗାଇ ଦେବା ସହିତ ସେମାନଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତିରେ ସହାୟତା କରିଆସୁଛି। କେନାଲର ଜଳସେଚନ କାର୍ୟ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ବଣ୍ଟନ ବ୍ୟବସ୍ଥାରେ ଜଳର କ୍ଷତିକୁ ହ୍ରାସ କରି ତଳମୁଣ୍ଡରେ ଜଳ ଉପଲବ୍ଧତା ବୃଦ୍ଧି କରାଯାଇ ପାରିବ। ବରଗଡ଼ ମୁଖ୍ୟ କେନାଲ, ଶାସନ ମୁଖ୍ୟ କେନାଲ ଏବଂ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀ ମାନଙ୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ୍‌, ସିଡି, ଆଉଟଲେଟ ଇତ୍ୟାଦିର ନବୀକରଣ କରାଯିବ। ଏଥିସହିତ ସାଇଫନ, ଏଚଆର, ସିଆର ଏବଂ ଭିଆରବି ଇତ୍ୟାଦିର ସ୍ଥିରୀକରଣ କରାଯିବ। ଦକ୍ଷିଣ ଏବଂ ବାମ ସ୍ପିଲୱେ ଫାଉଣ୍ଡେସନ ଗ୍ୟାଲେରି ମରାମତି ଏବଂ ନବୀକରଣ ସହିତ ଦକ୍ଷିଣ ଆବ୍ୟୁଟମେଣ୍ଟ ଏବଂ ଏହାର ସଂଲଗ୍ନ ହୀରାକୁଦ ବନ୍ଧର ଛୋଟ ପୁନଃସଂଯୋଜନା କରିବାକୁ ଯୋଜନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking