33.1 C
Bhubaneswar
Monday, September 30, 2024
Homeଓଡିଶାଇ-କେୱାସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ ସୂଚନା

ଇ-କେୱାସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ ସୂଚନା

ଭୁବନେଶ୍ୱର : ଇ-କେୱାସି  ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର ଇ-କେୱାସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାସି  ହେବ। ୨ କୋଟି ଲୋକଙ୍କ ଇ-କେୱାସିଉ ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି।ଇ-କେୱାସି ଉ ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ଥିଲା ଜଣାପଡ଼ିବ ବୋଲି କହିଛନ୍ତି। ନିଶ୍ଚିତ ଆମେ ସେମାନଙ୍କୁ କାଟିବୁ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବୁ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଉଥିଲା । ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଥିଲେ। ଇ-କେୱାସି ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking