24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକୁଲଗାମ୍‌ରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ

କୁଲଗାମ୍‌ରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ

ଶ୍ରୀନଗର: ଶନିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଆତଙ୍କବାଦୀଙ୍କ ପାଲଟା ଗୁଳିମାଡରେ ଜମ୍ମୁ-କାଶ୍ମୀର ପୁଲିସର ଜଣେ ଅଧିକାରୀଙ୍କ ସମେତ ୫ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବାରୁ ସୁରକ୍ଷା ବାହିନୀ ଦେବସର ଅଞ୍ଚଳର ଆଡିଗାମ ଗ୍ରାମକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ଅଞ୍ଚଳରେ କିଛି ଭଡାଟିଆ ଆତଙ୍କବାଦୀମାନେ ଡେରା ପକାଇଛନ୍ତି। ଗତ ୩/୪ ମାସ ମଧ୍ୟରେ ଏହି ଆତଙ୍କବାଦୀମାନେ ଜମ୍ମୁ ଡିଭିଜନର ଡୋଡା, କାଥୁଆ, ରାଜୋରୀ, ପୁଞ୍ଚ ଏବଂ ରେସି ଜିଲ୍ଲାରେ ସେନା, ସ୍ଥାନୀୟ ପୁଲିସ ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ପାହାଡ ଅଞ୍ଚଳରେ ସେନା ତଥା ଅନ୍ୟ ଲୋକଙ୍କୁ ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଦେଇ ଫେରାର ହୋଇଯାଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking