25.1 C
Bhubaneswar
Saturday, February 14, 2026
Homeଓଡିଶାକୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ମାଲକାନଗିରି : ମାଲକାନଗିରି ସଦର ମହାକୁମା ସ୍ଥିତ ୧୧୯- କଲୋନୀରେ ଘଟିଛି ଅଭାବନୀୟ ଘଟଣା । କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ। ଗତକାଲିଠୁ କୂଅରେ ପଡ଼ିଥିବା ବୃଦ୍ଧାଙ୍କ ମୃତଦେହକୁ ଆଜି ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ମୃତା ବୃଦ୍ଧା ୭୫ ବର୍ଷୀୟ ପଦ୍ମଜା ପଟ୍ଟନାୟକ ବୋଲି ଜଣାଯାଇଛି। ଗତ ରାତିରେ ପଦ୍ମଜା କୂଅରେ ପଡିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ପାଇ ପାରି ନ ଥିଲେ। ସ୍ଥାନୀୟ ଲୋକେ ଆଜି ସକାଳେ କୂପରେ ବୃଦ୍ଧା ପଡିଥିବା ଦେଖିଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟାଜନିତ ମାମଲା ତାହା ସ୍ପଷ୍ଟ ହୋଇନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking