27.1 C
Bhubaneswar
Friday, September 27, 2024
Homeଓଡିଶାଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଯାଜପୁର : ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳାରେ ଘଟିଛି ଏପରି ଅଭାବନୀୟ ଘଟଣା । ଓଭର୍‌ ବ୍ରିଜ୍‌ ଉପରୁ ଅଜଣା ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଧର୍ମଶାଳା ଥାନା ଏନ୍ଏଚ୍-୧୬ ଗୋକର୍ଣ୍ଣେଶ୍ୱର ବ୍ରିଜ୍‌ରୁ ମିଳିଲା ମୃତଦେହ ଉଦ୍ଧାର ହୋଇଛି ହେଲେ ମୃତଦେହଟି କାହାର ସେ ପରିଚୟ ମିଳିପାରିନାହିଁ । ବ୍ୟକ୍ତି ଜଣକୁ ହତ୍ୟା ପରେ କେହି ମୃତ ଶରୀରକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking