27.1 C
Bhubaneswar
Saturday, September 28, 2024
Homeଓଡିଶାନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ବଟେଶ୍ୱର ପୋଲ ନିକଟରେ ଏକ ବୃଦ୍ଧଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ଜଣଙ୍କ କଣ୍ଟାପଡା ଶାସନ ଗ୍ରାମର ବନା ବୈଶାଖ ବୋଲି ଜଣାପଡିଛି । ସୂଚନା ଅନୁସାରେ, ବୃଦ୍ଧ ଜଣକ ଦୁଇ ଦିନ ପୂର୍ବରୁ ନିଖୋଜ ଥିଲେ । ପରିବାର ଲୋକ ତାଙ୍କୁ ବହୁ ଜାଗା ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ନାଳରୁ ଉକ୍ତ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ପହଁଚି ନାଳରୁ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking