27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶଜାତିସଂଘରେ ‘ମାସିକ ଋତୁସ୍ରାବ ଛୁଟି' ଦାବି ଉଠାଇଲେ ଓଡ଼ିଶା ଝିଅ

ଜାତିସଂଘରେ ‘ମାସିକ ଋତୁସ୍ରାବ ଛୁଟି’ ଦାବି ଉଠାଇଲେ ଓଡ଼ିଶା ଝିଅ

ହାଇଦ୍ରାବାଦ: ଜାତିସଂଘ ମହାସଭାରେ ମହିଳାଙ୍କ ପାଇଁ ସ୍ୱର ଉଠାଇଲେ କଲେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ମହିଳାଙ୍କୁ ସବୈତନିକ ମାସିକ ଋତୁସ୍ରାବ ଛୁଟି ନେଇ ନ୍ୟୁୟର୍କର ୭୯ତମ ମିଳିତ ଜାତିସଂଘ ମହାସଭା ‘ଭବିଷ୍ୟତର ସମ୍ମିଳନୀ’ରେ ଦାବି କରିଛନ୍ତି ଓଡ଼ିଶା ସମାଜସେବୀ ରଞ୍ଜିତା ପ୍ରିୟଦର୍ଶିନୀ । ଓଡ଼ିଶାରେ କର୍ମଜାବୀ ମହିଳାଙ୍କୁ ମାସିକ ଋତୁସ୍ରାବ ପାଇଁ ଛୁଟି ମିଳିବା ନେଇ ସରକାର ନେଇଥିବା ପଦକ୍ଷେପକୁ ନେଇ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି । ଏଥିସହ ବିଶ୍ୱର ୪୦ରୁ ଅଧିକ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସବୈତନିକ ମାସିକ ଋତୁସ୍ରାବ ଛୁଟି ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି ।

ରଞ୍ଜିତା ପ୍ରିୟଦର୍ଶୀ କହିଛନ୍ତି, “ ମୁଁ ଖୁସି ମନେ କରୁଛି ଦ୍ୱିତୀୟ ଥର ପାଇଁ ମିଳିତ ଜାତିସଂଘ ସମ୍ମିଳନୀରେ ଯୋଗ ଦେଇପାରିଛି ଏବଂ ମୋର ମୁଖ୍ୟ ପ୍ରସଙ୍ଗ ହେଉଛି ମାସିକ ଋତୁସ୍ରାବ ଛୁଟି ବା ପେଡ ପିରିଅଡ ଲିଭ୍ । ଏହାର ଅର୍ଥ ହେଉଛି ସମସ୍ତ ଚାକିରି କରୁଥିବା ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ୧ କିମ୍ବା ୨ ଦିନ ଛୁଟି ପାଇବା ଉଚିତ ଏବଂ ଏହା ମଧ୍ୟ ମହିଳାଙ୍କୁ ମିଳିବା ଉଚିତ । ରଞ୍ଜିତା ପ୍ରିୟଦର୍ଶିନୀ ଆହୁରି ମଧ୍ୟ କହିଛନ୍ତି ଯେ, “କେନିଆରେ ମିଳିତ ଜାତିସଂଘ ସମ୍ମିଳନୀରେ ପ୍ରଥମ ଥର ସାମିଲ ହୋଇ ସର୍ବଭାରତୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇଥିଲି । ଓଡିଶା ସରକାର ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ସରକାରୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା ମହିଳାଙ୍କୁ ଋତୁସ୍ରାବ ପାଇଁ ଦିନେ ଛୁଟି ମିଳିବା ନେଇ ଘୋଷଣା କରିଥିଲେ ।

ଏଥିପାଇଁ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ସେହିପରି କର୍ଣ୍ଣାଟକରେ କର୍ମଜୀବୀ ମହିଳାମାନଙ୍କୁ ଋତୁସ୍ରାବ ପାଇଁ ବର୍ଷକୁ ୬ ଟି ସବୈତନିକ ଛୁଟି ନେବା ସରକାର ଘୋଷଣା କରିଛନ୍ତି । ମହିଳାଙ୍କ ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି ସରକାର, କିନ୍ତୁ ଏହି ଛୁଟିକୁ ୧୨ ଦିନକୁ ବୃଦ୍ଧି କରିବାକୁ ସେ ନିବେଦନ କରିଛନ୍ତି । ସାରା ବିଶ୍ୱରେ ସମସ୍ତ ଦେଶରେ ପେଡ ପିରିଡ ଲିଭ ଲାଗୁ କରିବା ନେଇ ଅଭିଯାନ ଚଳାଇଛନ୍ତି ରଞ୍ଜିତା । ଯେତେବେଳେ ସେ ଏକ ଅଫିସରେ କାମ କରୁଥିଲେ, ଋତୁସ୍ରାବ ଯୋଗୁଁ ଛୁଟି ମାଗିଥିଲେ । କିନ୍ତୁ ତାଙ୍କୁ ଅପମାନ ଦିଆଯାଇଥିଲା । ଏହି କାରଣରୁ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ରଞ୍ଜିତା ପ୍ରିୟଦର୍ଶିନୀଙ୍କ ଘର ସମ୍ବଲପୁର ଜିଲ୍ଲାରେ । ସେ ଆଇନରେ ସ୍ନାତକ ହାସଲ କରିଛନ୍ତି । ନିଜର ଚାକିରି ଛାଡି ବେତନ ଯୁକ୍ତ ମାସିକ ଋତୁସ୍ରାବ ଛୁଟି ନେଇ ରାଜ୍ୟରୁ ରାଜ୍ୟକୁ ବୁଲି ବୁଲି ସଚେତନତା ସୃଷ୍ଟି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking