28.1 C
Bhubaneswar
Tuesday, September 24, 2024
Homeଓଡିଶାବିରୂପା ବ୍ୟାରେଜରୁ ଡେଇଁ କଲେଜ ଛାତ୍ର ନିଖୋଜ

ବିରୂପା ବ୍ୟାରେଜରୁ ଡେଇଁ କଲେଜ ଛାତ୍ର ନିଖୋଜ

କଟକ : ଜଗତପୁର ନିକଟସ୍ଥ ବିରୂପା ବ୍ୟାରେଜରୁ ଡେଇଁ ଆଜି ପ୍ରାତଃରେ ଜନୈକ କଲେଜ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ର ଜଣକ ହେଉଛନ୍ତି ଚୌଦ୍ୱାର ଓଟିଏମ କଲୋନୀ ୧୨ ନମ୍ବର ୱାର୍ଡର ପ୍ରଭାତ ଦାସଙ୍କ ପୁଅ ପ୍ରଦୀପ କୁମାର ଦାସ । ସେ ଚୌଦ୍ୱାର କଲେଜର +୩ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର ଥିବା ଜଣାପଡିଛି। ପ୍ରକାଶ ଯେ,ଗତକାଲି ବିଳମ୍ବିତ ରାତିରେ ଘରୁ ପଳାଇ ଆସି ଆଉ ଫେରିନଥିଲେ। ତାଙ୍କ ବ୍ୟାଗ, ମୋବାଇଲି ଓ ସାଇକେଲ ବିରୂପା ବ୍ୟାରେଜ ଉପରେ ରହିଥିବା ବେଳେ ତାଙ୍କର ସନ୍ଧାନ ମିଳିନାହିଁ। ସେ ବିରୂପା ନଦୀକୁ ଡେଇଁପଡିଥିବା ସନ୍ଦେହ କରି ପରିବାରଙ୍କ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା। ଖବରପାଇ ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ôଛô ଖେଜାଖୋଜି କରିଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନାହିଁ । ଛାତ୍ର ଜଣକ କାହିଁକି ଓ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking