26.1 C
Bhubaneswar
Monday, September 23, 2024
Homeଅପରାଧପୋଲିସ ଗୁଳିରେ ଦୁଷ୍କର୍ମକାରୀ ସଫା

ପୋଲିସ ଗୁଳିରେ ଦୁଷ୍କର୍ମକାରୀ ସଫା

ମୁମ୍ବାଇ: ବଦଲାପୁର ଲଜ୍ଜାର ବଦଲା ନେଲା ପୋଲିସ। ଗତ ମାସରେ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। ମହାରାଷ୍ଟ୍ର ବଦଲାପୁରର ଏକ ସ୍କୁଲରେ ଦୁଇ ନାବାଳିକା (୩-୪ବର୍ଷ)ଙ୍କୁ ଯୌନ ନିର‌୍ୟାତନା ଦିଆଯାଇଥିବା ନେଇ ଅଭିଯୋଗ ଆସିତିଲା। ଏପରିକି ଅଭିଭାବକ ୠଓଜ ରଖିବାରେ ମଧ୍ୟ ବିଳମ୍ବ କରିଥିଲେ ଥାନା ଅଧିକାରୀ। ଯେଉଁଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା। ମହାରାଷ୍ଟ୍ର ସରକାର ଏହି ମାମଲାକୁ ଗୁରୁତ୍ବର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇତିଲେ। ଆଉ ବର୍ତ୍ତମାନ ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ଏନକାଉଣ୍ଟର କରିଛି ପୋଲିସ।

କ’ଣ ଥିଲା ପୂରା ଘଟଣା:
ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୧୭ ତାରିଖ ଦିନ ସ୍କୁଲ ଶୌଚାଳୟରେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ ସ୍କୁଲ ଆଟେଣ୍ଡାଣ୍ଟ । ଏନେଇ ଅଭିଭାବକଙ୍କୁ ଜଣାଇଥିଲେ ପୀଡିତା। ଆଉ ତା’ପରେ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ସ୍କୁଲରେ ନାବାଳିକାଙ୍କୁ ଯୌନ ନିର‌୍ୟାତନା ମାମଲାକୁ ନେଇ ତେଜିଥିଲା ପ୍ରତିବାଦ। ସ୍କୁଲରେ ସିସିଟିଭି କ୍ୟାମେରା ଥିଲେ ସୁଦ୍ଧା ତାହା କାମ କରୁନଥିବା କହିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏପରିକି ଆବଶ୍ୟକ ମୁତାବକ ମହିଳା ଷ୍ଟାଫ୍ ନଥିବା ମଧ୍ୟ ଜଣାପଡ଼ିଥିଲା। ଫଳରେ ପୀଡିତାଙ୍କ ଅଭିଭାବକଙ୍କ ସମେତ ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ସ୍କୁଲ ଭଙ୍ଗାରୁଜା କରିଥିଲେ।

ଏହାସହ ରେଳ ଷ୍ଟେସନରେ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ। ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ସିନ୍ଦେ ସରକାର। ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବାବେଳେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏପରିକି ପୀଡିତାଙ୍କ ଅଭିଭାବକଙ୍କ ଅଭିଯୋଗ ଗ୍ରହଣ କରିନଥିବା ଥାନା ଅଧିକାରୀଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ପୂର୍ବକ ତାଙ୍କର ବଦଳି କରାଯାଇଥିଲା। ସୂଚନା ଅନୁସାରେ, ଅଭିଯୁକ୍ତ ଅକ୍ଷୟକୁ ଥାନେ ନିଆଯାଉଥିବାବେଳେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ସେହି ସମୟରେ ତାକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା କ୍ରାଇମବ୍ରାଞ୍ଚ । ଫଳରେ ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଅକ୍ଷୟର ମୃତ୍ୟୁ ଘଟିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking