26.1 C
Bhubaneswar
Monday, September 23, 2024
Homeଓଡିଶା୨୪ ବର୍ଷ କହି ନିଜକୁ ହାସ୍ୟାସ୍ପଦ ନକରୁ ବିଜେପି : ବିଜେଡି

୨୪ ବର୍ଷ କହି ନିଜକୁ ହାସ୍ୟାସ୍ପଦ ନକରୁ ବିଜେପି : ବିଜେଡି

ଭୁବନେଶ୍ୱର: ବିଜେପି ସରକାରର ସଦସ୍ୟ ଆଜି ଯାଏଁ ବିଜେଡି ସରକାର ଚାଲିଛି ବୋଲି ଭାବୁଛନ୍ତି । ସେମାନେ ଜାଣନ୍ତୁ ଏବେ ସେମାନେ ଦାୟିତ୍ୱରେ ଅଛନ୍ତି । ୨୪ ବର୍ଷ କହି ନିଜକୁ ହାସ୍ୟାସ୍ପଦ ନକରନ୍ତୁ । ଭରତପୁର ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାକୁ କାଉଣ୍ଟର କରି ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେଡି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ଥିଲା ବୋଲି ପୃଥ୍ୱୀରାଜ ହରିଚନ୍ଦନ ଭିଯୋଗ କରିଛନ୍ତି ।

ସେପଟେ ଲନିନ ମହାନ୍ତି କହିଛନ୍ତି ଯେ ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ରାଜ୍ୟ ସରକାର ଘୋଷଣାକୁ ବିଜେଡି ସ୍ୱାଗତ କରୁଛି । ହାଇକୋର୍ଟ ମନିଟରିଂ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ହେଲେ ହାଇକୋର୍ଟ ମନା କରିଛନ୍ତି । ଆଇନ ମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ କଥା ରାଜନୈତିକ ଢାଞ୍ଚାରେ କହିବାକୁ ଚେଷ୍ଟା କରୁଛନ୍ତି । ଆମେ ଏହାକୁ ନିନ୍ଦା କରୁଛୁ । ମହିଳା ସମ୍ମାନକୁ ନେଇ ମନ୍ତ୍ରୀ ରାଜନୀତି ଟିପ୍ପଣୀକୁ ଆମେ ନିନ୍ଦା କରୁଛୁ ।

ଏହାଛଡ଼ା ଲେନିନ କହିଛନ୍ତି ଯେ “ନବରଙ୍ଗପୁର, ରାଉଲକେଲା, ଖୋର୍ଦ୍ଧା, ବାଲେଶ୍ୱରରେ ଆଇନ ଶୃଙ୍ଖଳା ଓ ମହିଳା ଅତ୍ୟାଚାର ଘଟଣା ଘଟିଛି । ଆଇନ ଶୃଙ୍ଖଳା ନ ମାନିଲେ ଚଳିବ ବୋଲି ସବୁ ଭାବିଲେଣି । କାରଣ ରାଜ୍ୟପାଳଙ୍କ ପୁଅ ବିରୋଧରେ ଆକ୍ସନ ହେଲାନାହିଁ । ଭରତପୁର ଘଟଣାରେ କେଉଁ ସୋର୍ସରୁ ଭିଡିଓ ଆସୁଛି । ପୋଲିସ ଜାଣିଶୁଣି ଏହା କରୁଛି । ଏହା ଓଡ଼ିଆ ସଂସ୍କୃତି ନୁହେଁ । ପୀଡ଼ିତାଙ୍କୁ ନୀଚା ଦେଖାଇବାକୁ ଚେଷ୍ଟା କରାଯାଉଛି । ଆଇନ ମନ୍ତ୍ରୀ ହାସ୍ୟାସ୍ପଦ ଟିପ୍ପଣୀ ନ ଦିଅନ୍ତୁ । ଯାଦୁଆ କିଏ, ମଲମ କିଏ ବିକୁଛି, ଆଇନ ମନ୍ତ୍ରୀ କୁହନ୍ତୁ । ଭିଡିଓ ଭାଇରାଲ କରିବା ଘଟଣାରେ ପୁଲିସ କାହିଁକି ଚୁପ ବୋଲି ଲେନିନ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking