19.1 C
Bhubaneswar
Friday, February 13, 2026
Homeଓଡିଶାରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାର

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାର

ଭୁବନେଶ୍ୱର : ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ୟ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ୭ ଦିନ ପୂର୍ବରୁ ରାଜ୍ୟରେ ୫୩୫୭ ଡେଙ୍ଗୁ ଚିହ୍ନଟ ହୋଇଥିଲେ। ମୋଟ ୧,୦୨,୨୬୪ ନମୁନା ପରୀକ୍ଷଣ କରାଯାଇଥିଲା। ଏହାର ସାତ ଦିନ ବାଦ ଅର୍ଥାତ ଗତକାଲି ସୁଦ୍ଧା ଏହି ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସୁନ୍ଦରଗଡରୁ ସର୍ବାଧିକ ୨୧୦୦ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୪୯ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ଏହି ସମୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭ ହଜାର ଉପରେ ଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଅଧିକ ଚିହ୍ନଟ ହେଉଥିବା ଜିଲା ଉପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking