31.1 C
Bhubaneswar
Monday, September 23, 2024
Homeଓଡିଶାବିଜେଡି ବନ୍ଦ ଡାକରା ପ୍ରତ୍ୟାହୃତ

ବିଜେଡି ବନ୍ଦ ଡାକରା ପ୍ରତ୍ୟାହୃତ

ଭୁବନେଶ୍ୱର : ବିଜେଡି ପକ୍ଷରୁ ଆସନ୍ତାକାଲି ମଙ୍ଗଳବର 23 ତାରିଖ ରେ ଦିଆଯାଇଥିବା 6 ଘଣ୍ଟିଆ ବନ୍ଦ ବା ହରତାଳ ଡାକରା ପ୍ରତ୍ୟାହୃତ ହୋଇଛି l ଏନେଇ ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରାଯାଇଛି l ଭରତପୁର ଥାନାରେ ଘଟିଥିବା ଘଟଣା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା l ରୋଡ଼ ରୋମିଓ ଙ୍କ ଦ୍ୱାରା ନିର୍ଯାତିତ ହୋଇ ଥାନାକୁ ସହାୟତା ପାଇଁ ଯାଇଥିବା ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ସହାୟତା ଦେବା ବଦଳରେ ମାଡମରାଯାଇଥିବା ଅଭିଯୋଗ ହୋଇଛି l

ଏହି ଘଟଣା କୁନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ l ସରକାର ହାଇକୋର୍ଟ ଅବସର ପ୍ରାପ୍ତ ବିଚାରପତି ସିଆର ଦାସ ଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଓ ଏନେଇ ଆଜି ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

ସୂଚନା ଯୋଗ୍ୟ ଯେ, ଗତ ସେପ୍ଟମ୍ବର ୧୪ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking