14.9 C
Bhubaneswar
Monday, December 29, 2025
Homeଓଡିଶାଭରତପୁର ଥାନା ପୀଡ଼ିତ ମେଜର ଗୁରୁବଂଶ ଏବଂ ପୀଡ଼ିତା ଅଙ୍କିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ...

ଭରତପୁର ଥାନା ପୀଡ଼ିତ ମେଜର ଗୁରୁବଂଶ ଏବଂ ପୀଡ଼ିତା ଅଙ୍କିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଇସ୍ତଫା ଦିଅନ୍ତୁ- ଯୁବ କଂଗ୍ରେସ

ଭୁବନେଶ୍ୱର – ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭରତପୁର ଥାନା ପୀଡ଼ିତ ମେଜର ଗୁରୁବଂଶ ଏବଂ ପୀଡ଼ିତା ଅଙ୍କିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦାବିରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଅପର ପିଏମଜି ଠାରେ ଅବସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ଯୁବ କଂଗ୍ରେସ ପକ୍ଷରୁ ମୋହନ ମାଝୀଙ୍କ ସରକାରୀ ବାସଭବନକୁ ପଚାଅଣ୍ଡା ଓ ବିଲାତି ନିକ୍ଷେପ କରାଯାଇଥିଲା। ଶତାଧିକ ଯୁବ କଂଗ୍ରେସ କର୍ମୀମାନେ ତିନୋଟି ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଗ୍ରସର ହେଉଥିବା ବେଳେ ସମସ୍ତଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ଏହି ଅବସରରେ ରଣଜିତ ପାତ୍ର କହିଛନ୍ତି ଯେ ଗୃହବିଭାଗକୁ ସମ୍ଭାଳିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଅସମର୍ଥ। ତାଙ୍କ ବାସଭବନ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଭରତପୁର ଆଦର୍ଶ ଥାନାରେ ଥାନାଅଧିକାରୀ ମହିଳାଙ୍କ ଇଜ୍ଜତ ଲୁଟୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଖବର ହେଲା ନାହିଁ। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ବିଶେଷ କରି ଡିଜିପି ଓ କମିଶନରେଟ ପୋଲିସ ଭରତପୁର ଥାନାର ତତ୍‌କାଳନୀ ଅଧିକାରୀ ଦିନକୃଷ୍ଣ ମିଶ୍ର ଙ୍କୁ ଘଂଟ ଘୋଡାଇବାରେ ବ୍ୟସ୍ତଥିଲେ। କେବଳ ଗଣମାଧ୍ୟମ, ମାନ୍ୟବର କୋର୍ଟ ଓ ବିଭିନ୍ନ ରାଜନୈତିକ ଅନୁଷ୍ଠାନର ଦାବିପାଇଁ ସେହି ଅପରାଧି କର୍ମଚାରୀ ମାନଙ୍କୁ କେବଳ ନିଲମ୍ବିତ କରାଯାଇଛି। ଓଡ଼ିଶାରେ ମହିଳା ଅସୁରକ୍ଷିତ ବୋଲି ନିର୍ବାଚନ ପୂର୍ବରୁ ବିଜେପିର ତୁଙ୍ଗନେତା ମାନେ ଚିତ୍କାର କରୁଥିଲେ। ଆଜି ସେମାନେ ଚୁପ ହୋଇ ବସିଛନ୍ତି।
ପୀଡ଼ିତା ଅଙ୍କିତା ପ୍ରଧାନ କହିଛନ୍ତି ରାସ୍ତାରେ ତାଙ୍କୁ ଯେଉଁ ଅସାମାଜିକ ଯୁବକମାନେ ଦୁର୍ବ୍ୟବହାର କରିଥିଲେ ତା ଠାରୁ ଭରତପୁର ଥାନାର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଆଚରଣ ଅଧିକ ଭୟଙ୍କର ଥିଲା। ପୀଡ଼ିତାଙ୍କୁ ଉଲଗ୍ନ କରି ଲକଅପରେ ରଖିବା ସହ ତାଙ୍କ ପ୍ରାଇଭେଟ ପାର୍ଟକୁ ଗୋଇଠା ମାରିବା ଏବଂ ଥାନା ଅଧିକାରୀ ପୀଡ଼ିତାଙ୍କୁ ତାଙ୍କ ପ୍ରାଇଭେଟ ପାର୍ଟ ଦେଖାଇବା ପରେ ସେହି ଥାନା ଅଧିକାରୀ ଗିରଫ ନ ହେବା ଆଶ୍ଚର୍ଯ୍ୟଜନକ ଘଟଣା। ମୋହନ ଶାସନ ବ୍ରିଟିଶ ରାଜ ଏବଂ ହିଟଲରୀ ରାଜକୁ ଟପିଗଲା ବୋଲି ଶ୍ରୀ ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଜଣେ ସେନା ବାହିନୀର ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଯେଉଁଭଳି ଭାବରେ ନିର୍ଯ୍ୟତନା ଦିଆଯାଛି ତାହା କ୍ଷୋଭର ବିଷୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ପୀଡ଼ିତାକୁ ନ ଭେଟିବା ଦୁର୍ଭାଗ୍ୟଜନକ। ବିଜେପିର ନାରୀ ସଶକ୍ତିକରଣର ଆହ୍ୱାନ ଏକ ଡ୍ରାମାବାଜୀ ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇପଡ଼ିଛି।
ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ହାଣ୍ଡିକ ଯାକର ଭାତର ଅବସ୍ଥା ଜଣାପଡ଼ିଯାଏ। ଏଣୁ ବିଜେପି ସରକାରରେ ଏତଲାକାରୀଙ୍କୁ କିଭଳି ପୋଲିସ ନିଷ୍ଠୁର ଆଚରଣ କରୁଛି ତାହା ସ୍ପଷ୍ଟ ହୋଇପଡ଼ିଛି। ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମେଜର ଗୁରବଂଶ ସିଂ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନ୍ୟାୟ ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି। ଅପରାଧି ଭରତପୁର ଥାନା ଅଧିକାରୀ ଏବଂ ଏଥିରେ ସଂପୃକ୍ତଥିବା ଅନ୍ୟ ଚାରିଜଣ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ବହିସ୍କାର କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟି ଦଣ୍ଡିତ କରାଯାଉ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ସୁଦୀପ ସାମଲ, ମନୋଜ ବିଶ୍ୱାଳ, ଗଣେଶ ଦାଶ, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ସ୍ୱାଗତ କର, ଅଜୟ ସାହୁ, ସାଗର ପଟ୍ଟନାୟକ, ସାହାରୁଖ ଖାନ,ମହମ୍ମଦ ପରଭେଜ, ମିର୍ଜା ଇସଲାମ ବେଗ, ନିଆଜୁଲ ଇସଲାମ, ବଟକୃଷ୍ଣ ରାଉତରାୟ, ସୌଦ୍ୱୀପ ରାୟ, ସ୍ପନ୍ଦନ ସ୍ୱାଇଁ, ସୁବାଶିଷ ମହାନ୍ତି, ଇମ୍ରାନ ଅଲ୍ଲି ଖାନ, ଚନ୍ଦନ ସାହୁ, ଆସିଫ ଖାନ, ମିର୍ଜା ଅବୁଲକାଲାମ ବେଗ ଓ ଅନୱାର ଖାନ ପ୍ରମୁଖ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking