29.1 C
Bhubaneswar
Wednesday, April 15, 2026
Homeଦେଶ ବିଦେଶକଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ଆନ୍ଦୋଳନରୁ ଓହରିଲେ କଲକାତା ଡାକ୍ତର

କଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ଆନ୍ଦୋଳନରୁ ଓହରିଲେ କଲକାତା ଡାକ୍ତର

ନୂଆଦିଲ୍ଲୀ : କଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା କନିଷ୍ଠ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ପ୍ରାୟ ୪୦ ଦିନ ଧରି ଆନ୍ଦୋଳନ ଚଳାଇବା ପରେ ଡାକ୍ତରମାନେ ଶୁକ୍ରବାର ଏଥିରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ୟ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ ହେବା ଯାଏ ପ୍ରତିବାଦ ଶେଷ ହେବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଡାକ୍ତରମାନେ କହିଛନ୍ତି, ସେମାନେ କାର୍ୟ୍ୟରେ ଯୋଗଦେବେ। କିନ୍ତୁ ବହିର୍ବିଭାଗ ଏବଂ ଅପରେସନ ସେବାରେ ସାମିଲ ହେବେ ନାହିଁ। ସେମାନେ ସରକାରଙ୍କ ପଦକ୍ଷେପ ଉପରେ କଡ଼ା ନଜର ରଖିବେ। ଏହା ସହିତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସେମାନେ ସ୍ଵାସ୍ଥ୍ୟ ଭବନରୁ ସିଜିଓ କଂପ୍ଲେକ୍ସ ପର୍ୟ୍ୟନ୍ତ ଏକ ଶୋଭାଯାତ୍ରା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନେକ ଥର ଡାକ୍ତରମାନଙ୍କୁ ବୁଝାଇ କାର୍ୟ୍ୟକୁ ଫେରିବା ଲାଗି ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking