25.1 C
Bhubaneswar
Tuesday, February 3, 2026
Homeଅପରାଧମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ବିଜେପି ନେତାଙ୍କୁ ଗୁଳି ମାଡ଼

ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ବିଜେପି ନେତାଙ୍କୁ ଗୁଳି ମାଡ଼

ଉତ୍ତରପ୍ରଦେଶ : ବିଜେପି ନେତାଙ୍କୁ ଗୁଳି ମାଡ଼। ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ବିଜେପି କାଉନ୍‌ସିଲର୍‌ଙ୍କୁ ଉପରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଫରୋଜାବାଦର ବିଜେପି କାଉନ୍‌ସିଲର ଆଲିମ ଭୋଲାଙ୍କୁ ଗୁଳି ମାଡ଼ ହୋଇଛି। ସବୁଦିନ ଭଳି ଆଜି ବି ସେ ସକାଳୁ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ। ଏହି ସମୟରେ ଲେବର କଲୋନୀ ବ୍ରିଜ ଉପରେ ବିଜେପି କାଉନସିଲରଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ। ପରେ ସୂଚନା ମିଳିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙକୁ ଆଗ୍ରା ରେଫର୍ କରାଯାଇଛି।ମ୍ୟୁନିସିପାଲିଟି କର୍ପୋରେସନ୍ ୱାର୍ଡ ନମ୍ବର ୪୮ ଲେବର କଲୋନୀ ଅଞ୍ଚଳର ବିଜେପି କାଉନସିଲର ଆଲିମ ଓରଫ ଭୋଲାଙ୍କ ଗୋଡରେ ଗୁଳି ବାଜିଛି। ଏଥିସହ ତାଙ୍କ ପେଟକୁ ମଧ୍ୟ ଗୋଟିଏ ଗୁଳି ବାଜିଛି। ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ମରାଣନ୍ତକ ଆକ୍ରମଣ କରିଛି ଏହାର ପଛରେ କ’ଣ କାରଣ ରହିଛି ସେ ନେଇ ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ଧରିବା ପାଇଁ ପୁଲିସ ସର୍ଚ୍ଚ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking