34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶ୫ ବର୍ଷର ଶିଶୁକୁ ଝୁଣି ପକାଇଲେ ବୁଲା କୁକୁର

୫ ବର୍ଷର ଶିଶୁକୁ ଝୁଣି ପକାଇଲେ ବୁଲା କୁକୁର

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁଣେର ଚାକନ ଠାରେ ଘଟିଛି ଅଭାବନୀୟ ଘଟଣା। ୫ ବର୍ଷର ଶିଶୁକୁ ଝୁଣି ପକାଇଲେ ବୁଲା କୁକୁର । କିଛି ବୁଲା କୁକୁର ଗୋଟିଏ ଘର ସାମ୍ନାରେ ଛିଡ଼ା ହୋଇଥିବା ଜଣେ ୫ ବର୍ଷୀୟ ପିଲାକୁ ଭୟଙ୍କର ଡଙ୍ଗରେ ଆକ୍ରମଣ କରିଛନ୍ତି। ଆକ୍ରମରେ ପିଲାଟି ଗୁରୁତର ହୋଇଛି। ଛୋଟ ପିଲାଟି ଗୋଟିଏ ରାସ୍ତାରେ ଛିଡ଼ା ହୋଇଛି। ରାସ୍ତାରେ ପାଣି ଜମି ଥିବା ବେଳେ ପିଲାଟି ସେଠାରେ ପହଞ୍ଚି କିଛି ଦୂରରେ ଛିଡ଼ା ହୋଇଥିବା ଗୋଟିଏ କଳା କୁକୁରକୁ ଦେଖି ହାତ ହଲାଉଛି। ପିଲାଟି କୁକୁର ଆଡ଼କୁ ଯାଇ ନଥିଲା କିମ୍ବା କୁକୁରଟି ମଧ୍ୟ କୌଣସି ଆକ୍ରମଣର ପ୍ରାକ ସୂଚନା ଦେଇ ନଥିଲା। ତେବେ କିଛି ସେକେଣ୍ଡ ମଧ୍ୟରେ ପିଲାଟିର ଡାହାଣ ପାର୍ଶ୍ୱରୁ ଆଉ ଗୋଟିଏ କୁକୁର କ୍ଷୀପ୍ର ଗତିରେ ଦୌଡ଼ି ଆସି ଆକ୍ରମଣ କରିଥିଲା। ତୁରନ୍ତ ଆଉ କିଛି କୁକୁର ମଧ୍ୟ ପିଲାଟି ପାଖକୁ ଚାଲି ଆସି ତା’କୁ କାମୁଡ଼ିବାରେ ଲାଗିଥିଲେ। ପିଲାଟି ଚିତ୍କାର କରିବା ସହ ତଳେ ପଡ଼ି ଯାଇଥିବା ବେଳେ କୁକୁର ଗୁଡ଼ିକ ତା’କୁ ଝୁଣିବାରେ ଲାଗିଥିଲେ।ଏହି ସମୟରେ ଜଣେ ମହିଳା ଘର ଭିତରୁ ଦୌଡ଼ି ଆସି କୁକୁର ଗୁଡ଼ିକ ଉପରକୁ ଟେକା ମାଡ଼ କରିଥିଲେ। କିନ୍ତୁ କୁକୁରମାନେ କିଛି ବି ଶୁଣି ନଥିଲେ। ସେମାନେ ପିଲାଟିକୁ ବୁଦା ନିକଟକୁ ଭିଡ଼ି ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ୨ ଜଣ ବ୍ୟକ୍ତି ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ କୁକୁରଗୁଡ଼ିକୁ ଘଉଡ଼ାଇବା ସହ ପିଲାଟିକୁ ଉଦ୍ଧାର କରିଥିଲେ। ଏହାପରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking