28.1 C
Bhubaneswar
Thursday, September 19, 2024
Homeଓଡିଶାତେଲ ପୋଲ ଉପରେ ୩ ଫୁଟର ବନ୍ୟାଜଳ

ତେଲ ପୋଲ ଉପରେ ୩ ଫୁଟର ବନ୍ୟାଜଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଦାମାହୁଦା ପଞ୍ଚାୟତ କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଚ୍ଛି। ଫଳରେ ଉଭୟ ମୟୁରଭଞ୍ଜ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଉପର ମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀର ଜଳସ୍ତର ବଢିବାରେ ଲାଗିଛି। ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର ଜିଲ୍ଲା ର ସାହାରପଡା ବ୍ଲକରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking