24.1 C
Bhubaneswar
Monday, March 23, 2026
Homeଓଡିଶାଗୋଟିଏ ଫୋନ୍ କଲ୍‌ରେ ଆକାଉଣ୍ଟ୍‌ରୁ ୨ଲକ୍ଷ ୩୫ହଜାର ୮ଶହ ଟଙ୍କା ଗାଏବ୍‌

ଗୋଟିଏ ଫୋନ୍ କଲ୍‌ରେ ଆକାଉଣ୍ଟ୍‌ରୁ ୨ଲକ୍ଷ ୩୫ହଜାର ୮ଶହ ଟଙ୍କା ଗାଏବ୍‌

ଟାଙ୍ଗୀ: ଦିନକୁ ଦିନ ସାଇବର କ୍ରାଇମ ବଢ଼ିବାରେ ଲାଗିଥିବା ବେଳେ ରୋକ ଲଗାଇବାରେ ଅସମର୍ଥ ହେଉଛି ସାଇବର କ୍ରାଇମ ପୁଲିସ। ଯାହାଦ୍ୱାରା ଗୋଟିଏ ଗୋଟିଏ ଫୋନ୍ କଲ ଆସିବା ସହ ଏକାଉଣ୍ଟ୍‌ର ତ୍ରୁଟି ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବେ ବେଳେ ଟେର୍ ପାଉନାହାନ୍ତି ପୁଲିସ କି ବ୍ୟାଙ୍କ୍ କର୍ତ୍ତୃପକ୍ଷ। ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଚୌଦ୍ୱାର ବ୍ଲକ ଭଟିମୁଣ୍ଡା ପଞ୍ଚାୟତରେ। ଏହି ପଞ୍ଚାୟତ ଥିବା ୟୁନିଅନ ବ୍ୟାଙ୍କର ଉପଭୋକ୍ତା ରବିନ୍ଦ୍ର ସାହୁ ନାମକ ଜଣେ ଯୁବକଙ୍କ ସେଭିଙ୍ଗ୍ ଓ କରେଣ୍ଟ ଏକାଉଣ୍ଟ୍ ରହିଛି। ଏହି ଦୁଇଟି ଏକାଉଣ୍ଟରେ ୨ଲକ୍ଷ ୩୫ହାଜର ୮ଶହ ଟଙ୍କା ରହିଥିବାବେଳେ ହଠାତ ୧୨ତାରିଖ ରାତି ସମୟରେ ୮୭୭୭୫୮୦୬୮୭, ୮୪୪୭୭୧୭୭୮୪ ଏହି ଦୁଇଟି ନଂରୁ ବାରମ୍ବାର କଲ୍ ଆସିଥିଲା। ଏତେଥର କଲ୍ ଆସିବାରୁ ରବୀନ୍ଦ୍ର ଉକ୍ତ କଲ୍ ରିସିଭ କରିଥିଲେ। କଲ୍ କରିଥିବା ବ୍ୟକ୍ତି ଜଣଙ୍କ ଜମାଖାତାରେ କେୱାଇସି କରିବାକୁ କହିଥିଲେ।

ହେଲେ ରବିନ୍ଦ୍ର ଫେକ୍ କଲ ଜାଣିବା ସହ ଉକ୍ତ ନଂ ରେ କଲ୍ କରିଥିବା ବ୍ୟକ୍ତିକୁ ଗାଳି କରିଥିଲେ। ପରେ ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ଥାଟୋଇ୍‌ଙ୍କୁ କଲ୍‌କରି ଉକ୍ତ ନଂ ପ୍ରଦାନ କରିଥିଲେ। ପରେ ବ୍ୟାଙ୍କ ମ୍ୟାନେଜର ଉକ୍ତ ନଂକୁ କଲ୍‌କରି ପୁଲିସର ଧମକ ଦେଇଥିଲେ। ଯାହା ଫଳରେ କଲ ଆସିବା ବନ୍ଦ ହୋଇଯାଇଥିଲା ସତ। ହେଲେ ୧୪ତାରିଖ ସକାଳ ୫ଟା ୩୦ସମୟରେ ସେଭିଙ୍ଗ ଏକାଉଣ୍ଟ୍ ଖାତାରୁ ୨ଲକ୍ଷ ୧୭ହଜାର ୪ଶହ ଟଙ୍କା ଓ କରେଣ୍ଟ ଏକାଉଣ୍ଟ୍ ରୁ ୧୮ହଜାର ୪ଶହ ୨୯ଟଙ୍କା ସଂପୂର୍ଣ୍ଣ ଗାଏବ ହୋଇଯାଇଥିଲା। ଯାହା ରବିନ୍ଦ୍ରଙ୍କୁ ଶକ୍ତ ଧକ୍କା ଲାଗିଥିଲା। ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଖାକରିବା ସହ ଏ ବିଷୟରେ ଅବଗତ କରାଇଥିଲେ।

ବ୍ୟାଙ୍କ ପକ୍ଷରୁ ସାଇବର କ୍ରାଇମ ପୁଲିସର ସହାୟତା ନେବାକୁ କହିଥିଲେ। ଯେଉଁ ଟଙ୍କା କଟିଛି ତାହା ଛତିଶଗଡ଼ର ଏକ କାନାଡା ବ୍ୟାଙ୍କକୁ ଯାଇଛି ବୋଲି ବ୍ୟାଙ୍କ ମ୍ୟାନେଜର ପ୍ରକାଶ କରିଛନ୍ତି। ଅନ୍ୟପଟେ ରବିନ୍ଦ୍ର ସାଇବର କ୍ରାଇମ୍ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସାଇବର କ୍ରାଇମ ପକ୍ଷରୁ ଜାରି କରାଯାଇଥିବା ନଂରେ କଲ୍‌କରି ଅଭିଯୋଗ କରିବାକୁ କହିଥିଲେ। ହେଲେ ଘଟଣାର ୪୮ଘଣ୍ଟା ବିତି ଯାଇଥିଲେ ସୁଦ୍ଧା କୌଣସି ଟେର୍ ପାଇଁ ପାରିନାହିଁ ସାଇବର ପୁଲିସ୍‌। ଅନ୍ୟପଟେ ରବିନ୍ଦ୍ର ଜଣେ ବ୍ୟବସାୟୀ ହୋଇଥିବାରୁ ଉକ୍ତ ଟଙ୍କା ବେପାର ପାଇଁ ରଖିଥିବା କହିଥିବାବେଳେ ଟଙ୍କା ଆକାଉଣ୍ଟ୍‌ରୁ ଚାଲିଯିବାରୁ ପୁରା ଭାଙ୍ଗିପଡ଼ିଛନ୍ତି ଏବଂ ଟଙ୍କା କେମିତି ଫେରିପାଇବେ ସେ ନେଇ ପୁଲିସ ଓ ବ୍ୟାଙ୍କ ମ୍ୟାନେଜରଙ୍କୁ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking