26.1 C
Bhubaneswar
Monday, March 16, 2026
Homeଓଡିଶାଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଗଣଧାରଣା

ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଗଣଧାରଣା

ଯାଜପୁର : ଯାଜପୁର ଜହ୍ନବଗିଚା ସ୍ଥିତ ଯାଜପୁର ଟାଉନ ବୈଦୁତିକ ଶାଖାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଗଣଧାରଣା ଦିଆଯାଇଛି। ସଂଘର ସମ୍ପାଦକ ବଟକୃଷ୍ଣ ଜେନାଙ୍କ ନେତୃତ୍ଵ ରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରିଛନ୍ତି। ଠିକା କର୍ମଚାରୀ ଙ୍କୁ ନୂତନ ବର୍ଦ୍ଧିତ ଦରମା ଲାଗୁ, ଅତିରିକ୍ତ ସମୟ କାର୍ଯ୍ୟ କଲେ ଓଭର ଟାଇମ୍ ଦରମା ,ବିଭିନ୍ନ ଅଞ୍ଚଳକୁ ଯିବା ବେଳେ ଗାଡ଼ିରେ ଲାଗୁଥିବା ତେଲ ଖର୍ଚ୍ଚ ପ୍ରଦାନ କରିବାକୁ ଦାବି କରାଯାଇଛି। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ଯାଜପୁର ଶାଖା ପକ୍ଷରୁ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେବା ସହିତ ପ୍ରତିବାଦ କରାଯାଇଛି । ବର୍ଦ୍ଧିତ ଦରମା, ରାଜ୍ୟ ସରକାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ଟାଟା ପାୱାର କିମ୍ବା ଠିକା ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ତେଣୁ ଖୁବ୍ ଶୀଘ୍ର ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking