27.1 C
Bhubaneswar
Friday, April 3, 2026
Homeଓଡିଶାସୁକିନ୍ଦା ଖଣି ଉପତ୍ୟକା ଅଶାନ୍ତ ୨ ଶ୍ରମିକସଂଘ ମୁହାଁମୁହିଁ

ସୁକିନ୍ଦା ଖଣି ଉପତ୍ୟକା ଅଶାନ୍ତ ୨ ଶ୍ରମିକସଂଘ ମୁହାଁମୁହିଁ

ଯାଜପୁର : ଯାଜପୁର ଜିଲ୍ଲା ର ସୁକିନ୍ଦା ଅଶାନ୍ତ ପରିସ୍ଥିତି ଉପୁଜିବାକୁ ଯାଇଚି କେଉଁ ପରିସ୍ଥିତି ରେ ଶାସକ ବିରୋଧୀ ଶ୍ରମିକ ସଙ୍ଗଠନ ମଧ୍ୟ୍ୟ ରେ ଭୟlଭୟପରିସ୍ଥିତି ଉପୁଜିବା ଆଶଙ୍କା ନେଇ ଖଣି ଅଞ୍ଚଳ ରେ ସସସ୍ତ୍ର ପୋଲିସ ମୃତୟନ କାରା ଯାଇଚି l ପୋଲିସ ଉଭୟ ଗୋଷ୍ଠୀଙ୍କ ଗତି ବିଧି କୁ ଲକ୍ଷ ରଖିଚି ଡବଲ ଇଞ୍ଜିନ ସରକାର ଆସିଲା ପରେ ବି ଜେ ପି ଶ୍ରମିକ ସଂଗଠନ କୁ ଖଣି ଅଞ୍ଚଳ ରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ଚଳାଇଛି ପୂରଣ ସଂଗ ଟା ବିରୋଧ କରୁଚି l କାଳିଆପାଣି ଥାନା ଟାଟାଷ୍ଟିଲ ସାରୁଆବିଲ-କମର୍ଦ୍ଦା ଦ୍ବୈତ କ୍ରୋମାଇଟ୍‌ ଖଣିରୁ ଆଜି କ୍ରୋମ୍‌ ପରିବହନକୁ କେନ୍ଦ୍ରକରି ବିଜେଡି ସମର୍ଥିତ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ଓ ବିଜେପି ନେତୃତ୍ବାଧୀନ ନବ ଗଠିତ ଶ୍ରମିକସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଖଣି କର୍ତ୍ତୃପକ୍ଷ କମର୍ଦ୍ଦା କ୍ରୋମାଇଟ୍‌ ଖଣିରୁ ୩ ମାସ ୧୦ ଦିନ ପରେ ଆଜି ପ୍ରଥମକରି କ୍ରୋମ୍ ପରିବହନ ଯୋଜନା କରିଥିଲେ। ଏଠାରୁ କଳିଙ୍ଗନଗର ବିସି. ମହାନ୍ତି ଏଣ୍ଡ୍‌ ସନ୍ସ ଫେରୋ ଆଲଏଜ୍ କାରଖାନାକୁ ୨୦ ଟ୍ରିପ୍‌ କ୍ରୋମାଇଟ୍‌ ଲୋଡିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା। ଟ୍ରାନ୍ସପୋର୍ଟର ଗର୍ଗ ଲଜିଷ୍ଟିକ୍ସ ଓ ଲୋଡିଂ ଠିକାଦାର କ୍ରୋମାଟିକ୍ କନଷ୍ଟ୍ରକ୍ସନ ମଧ୍ୟରେ ବୁଝାମଣା ହୋଇ ବୋଝେଇ ଶ୍ରମିକ ଡକାଯାଇଥିଲା। ତେବେ କମ୍ପାନିର ଏଭଳି ପଦକ୍ଷେପକୁ ଏକ ପାଖିଆ ନିଷ୍ପତ୍ତି ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଯାଇ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ବିଜେଡି ସମର୍ଥିତ ଏହି ଶ୍ରମିକସଂଘର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭଗବତୀ ମହାନ୍ତ, ଯୁଗ୍ମ ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, କଅଁସ ସରପଞ୍ଚ ରାଜାରାଣୀ ଦେହୁରୀ, ସମିତିସଭ୍ୟା ନିତିମା ମୁଣ୍ଡା, ଆଶିଷ କୁମାର ଜେନା, କମର୍ଦ୍ଦା ଶ୍ରମିକ ପ୍ରତିନିଧି ଶମ୍ଭୁ ମୁର୍ମୁ, ଦ୍ବାରିକାନାଥ ଦାସ, ସନ୍ଦୀପ କିସ୍କୁ, ବଟକୃଷ୍ଣ ଦେହୁରୀ, ବାବୁଲି ହାଁସଦା ପ୍ରମୁଖଙ୍କ ନେତୃତ୍ବରେ ୩ଶହରୁ ଅଧିକ ଶ୍ରମିକ ଟାଟାଷ୍ଟିଲ କମ୍ପାନିର ଏଭଳି ଆଭିମୁଖ୍ୟ ବିରୋଧରେ କମର୍ଦ୍ଦା ଖଣି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗ ଖଣକାର୍ଯ୍ୟ ପୁନଃ ଆରମ୍ଭ, ଛଟେଇ ଶ୍ରମିକଙ୍କୁ ନିଯୁକ୍ତି ଓ ଦ୍ବିପାକ୍ଷିକ ଆଲୋଚନା ପରେ ପରିବହନ କାର୍ଯ୍ୟ କରିବାକୁ ଶ୍ରମିକସଂଘ ପକ୍ଷରୁ ଦାବି ହୋଇଥିଲା। ଫଳତଃ ଖଣିରୁ କ୍ରୋମ୍‌ ପରିବହନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କମର୍ଦ୍ଦା ଖଣିରୁ ମାତ୍ର ୨ଶହ ମିଟର ଦୂର ଟାଟାଷ୍ଟିଲ ସାରୁଆବିଲ କ୍ରୋମାଇଟ୍‌ ଖଣି ଆଗରେ ବିଜେପି ସମର୍ଥିତ ଶ୍ରମିକସଂଘ ପକ୍ଷରୁ ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ, ଧୀରେନ୍ଦ୍ର ଦେହୁରୀ, ବିନୋଦ ବେହେରା, ବୈଦ୍ୟନାଥ ମୁର୍ମୁ, ଆନନ୍ଦ ପୂର୍ତ୍ତି, ଦାଶ ପୂର୍ତ୍ତି, ଚଗଲା କୁଲ୍‌ଡିଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଏକାଠି ହୋଇ ସ୍ଥାନୀୟ ଶ୍ରମିକଙ୍କ ହକ୍‌ ମାଗିଥିଲେ। ଖଣିରୁ ଛଟେଇ ହୋଇଥିବା ଆଖପାଖ ଗାଁର ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ଦାବି କରିଥିଲେ। ଏମିତିରେ ଏଠାରେ ୨ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଓ ପତିଆରା ଲଢ଼େଇ ଦେଖିବାକୁ ମିଳିଥିଲା।
ଦ୍ବୈତ ଖଣିରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ତଥା କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ୍ ଟପ୍ପୋଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ଯଖପୁରା ଥାନା ଅଧିକାରୀ ଲିଜାରାଣୀ ବେହେରାଙ୍କ ନେତୃତ୍ବରେ ଉଭୟ ସ୍ଥାନରେ ୩ ସେକ୍ସନ ସଶସ୍ତ୍ର ପୁଲିସ ଫୋର୍ସ ‌ମୁତୟନ ଥିଲେ। ପରିସ୍ଥିତିକୁ ନେଇ ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ଖଣିମୁଖ୍ୟ ଇଂ ଶମ୍ଭୁନାଥ ଝା, ଏଜିଏମ୍‌ ଇଂ ନବୀନ ଶ୍ରୀବାସ୍ତବ, ବରିଷ୍ଠ ପରିବହନ ପ୍ରବନ୍ଧକ ଇଂ ଅନଙ୍ଗ କୁମାର ମାହାନା ଓ ନିରାପତ୍ତା ମୁଖ୍ୟ ଅଞ୍ଜନା ତିୱାରି ଶ୍ରମିକସଂଘର ଛାମୁଆଁ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଜି ଖଣିରୁ କ୍ରୋମ୍‌ ପରିବହନ ସ୍ଥଗିତ ରଖାଯାଇଥିବା ନେଇ ଟାଟାଷ୍ଟିଲ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking