24.1 C
Bhubaneswar
Monday, February 2, 2026
Homeଅପରାଧଲୋକଙ୍କ ଉପରେ ମାଡିଗଲା ପୋଲିସ ଗାଡି

ଲୋକଙ୍କ ଉପରେ ମାଡିଗଲା ପୋଲିସ ଗାଡି

କଟକ : ଲୋକଙ୍କ ଉପରେ ମାଡିଗଲା ପୋଲିସ ଗାଡି । ୨ ଜଣଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପୁଲିସ ଗାଡ଼ି। କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜଣେ ଜୋତା ମରାମତି ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ସାଇକେଲ ଆରୋହୀ ବୋଲି ଜଣାଯାଇଛି। ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ। ପରେ ରାସ୍ତାକଡ଼ରେ ଥିବା ଜୋତା ମରାମତି ଦୋକାନୀ ଉପରେ ମାଡ଼ି ଯାଇଥିଲା। ପରେ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଗଛରେ ପିଟି ହୋଇଥିଲା । ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ପୁଲିସ ନେଇଯାଇଥିବା ସୂଚନା ରହିଛି। ଗାଡ଼ିରେ ପୁଲିସ କର୍ମଚାରୀ ଥିଲେ କି ନାହିଁ ଜଣାପଡ଼ିନାହିଁ। ଗାଡ଼ିର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking